ଚଳଚ୍ଚିତ୍ର
ଚଳଚ୍ଚିତ୍ର
ପ୍ରଥମ ପରଦା ଖୋଲେ କୁଆଁ ରାବ ଦେଇ
କ଼ଅଁଳ କିରଣ ବୁଣିଚାଲେ
ଧିରେ ଧିରେ ବଦଳାଏ ରଙ୍ଗ କାହିଁ କେତେ
ଜଡ ଜୀବ ସଂସାର ଟା ମେଲେ।।
ଚଳ ଚଞ୍ଚଳ ଚଳଚ୍ଚିତ୍ର ପରି ଓଲଟେ ପରଦା
ସୁଖଦୁଃଖ ଚରିତ୍ର ବାହାରେ
ସମୟର ଘଣ୍ଟିବାଜେ ଦ୍ଵାର ଖୋଲେ
ଚାଲିଯାନ୍ତି ଯିଏ ଯେଝା ବାଟରେ।।
ସମୟର ସାୟାହ୍ନ ଯେ ଉପଗତ ହେଲା
ତଥାପି ତ ବୁଝେ ନାହିଁ ମନ
ମୃତ୍ୟୁ ନାଗ ଫାଶେ ବନ୍ଧା ଯେ ଜୀବନ
ସାଉଁଳାଏ ତୁଛ ତନୁମନ।।
କା ଆଗେ କହିବି ଦୁଃଖ ଏବେ ଯାଇ
ଶୁଣିବାକୁ ବେଳ ଦବ କିଏ
ବେଳ ସରି ଆସିଲାଣ ସଂସାର ଖେଳର
ଘୋଷାରିବ ଶମସାନ ଯାଏ।।
