STORYMIRROR

Archana Acharya

Abstract

3  

Archana Acharya

Abstract

ମୋ ପ୍ରିୟ ବନ୍ଧୁ

ମୋ ପ୍ରିୟ ବନ୍ଧୁ

1 min
128

ପ୍ରତ୍ୟେକ କ୍ଷଣରେ ଏଇ ଜୀବନରେ

ମିଳିଥାନ୍ତି କେତେ ଜନ ,

କିଏ ଗଢିଥାନ୍ତି ସମ୍ପର୍କର ସେତୁ

କିଏ ଭାଙ୍ଗିଥାନ୍ତି ମନ ।

କିଏ ଛଳନାରେ କିଏ ବାହାନାରେ

ଏ ମନେ ପ୍ରବେଶ କରି,

ବିଶ୍ଵାସକୁ ଜିତି ବଢାଇଣ ପ୍ରିତି

ଗୁମର କରନ୍ତି ଚୋରି ।

ସ୍ୱାର୍ଥ ସାଧିବାକୁ ଲାଳାୟିତ ସର୍ବେ

ସେ ଲାଗି ବଢାନ୍ତି ପ୍ରେମ,

ଉନ୍ନତି ପଥରୁ ଭିଡ଼ି ଆଣୁଥାନ୍ତି

କରିବାକୁ ବଦନାମ ।

ଏ ମଣିଷ ଜାତି ଭାରି ଅବିଶ୍ଵାସୀ

ନିଜର ପଣକୁ ନୁହେଁ,

ଭଲ ବନ୍ଧୁଟିଏ ଖୋଜିବା ପାଇଁକି

ବିବ୍ରତ ପଣରେ ଧାଏଁ ।

ନିଜ ପଢ଼ାଘରେ ସାଇତା ହୋଇଛି

ତୁମର ସେ ପ୍ରିୟ ବନ୍ଧୁ,

ପୃଥିବୀର ସବୁ ଜ୍ଞାନ ତା ମଧ୍ୟରେ

ସେ ଯେ ପ୍ରସାରିତ ସିନ୍ଧୁ ।

ପୁସ୍ତକକୁ ନିଜ ପ୍ରିୟ ବନ୍ଧୁ କର

ବଢାଇ ମନର ହାତ ,

ହଜିଯାଅ ସେହି ସାଗର ଦେହରେ

ହୃଦୟ ହୋଇବ ପ୍ରିତ ।

ଉତ୍ତମ ପୁସ୍ତକ ନିକଟରେ ରଖ

ବନ୍ଧୁ ସାଜିବଟି ସେହି,

ବିନା ସ୍ଵାର୍ଥ ବିନା ଅଭିଳାଷା ରଖି

ଜ୍ଞାନ ନୈକା ନବ ବାହି ।


Rate this content
Log in

Similar oriya poem from Abstract