STORYMIRROR

Niranjan Mishra

Abstract

4  

Niranjan Mishra

Abstract

ମହାପ୍ରଭୁଙ୍କ ବାହୁଡା ଯାତ୍ରା

ମହାପ୍ରଭୁଙ୍କ ବାହୁଡା ଯାତ୍ରା

1 min
392


ଆଷାଢ ଶୁକ୍ଳ ଦଶମୀ ତିଥିରେ ।

ବାହୁଡିବେ ରଥେ ତିନି ଠାକୁରେ ।।

ଗୋଟି ପହଣ୍ଡିରେ ଯିିବେ ଠାକୁର ।

ବାହୁଡା ଯାତରା ହେବ ତାଙ୍କର ।।

ନଅ ଦିନ ତାଙ୍କ ରଥଯାତରା ।

ଭକତଙ୍କର ସେ ସୁଖ ଅସରା ।।

ଗୁଣ୍ଡିଚାଘରକୁ ଆସି ସେ ଥିଲେ ।

କେତେ କେତେ ଲୀଳା ତହିଁ ରଚିଲେ ।।

ଜନମ ବେଦୀରେ ସାତଟି ଦିନ ।

ରହିଲେ ମୋ ପ୍ରଭୁ ଚକାନୟନ ।।

ଗୁଣ୍ଡିଚା ମା'ଙ୍କ ରାନ୍ଧଣା ଖାଇ ।

ଆନନ୍ଦରେ ପ୍ରଭୁ ହୋଇଲେ ବାଇ ।।

ମା'ଙ୍କଠୁ ପାଇ ସ୍ନେହ ଆଦର ।

ସବୁ ବରଷ ମୋ କଳାଠାକୁର ।।

ଆସନ୍ତି ଆନନ୍ଦେ ଗୁଣ୍ଡିଚା ବାଡି ।

ଭକତେ ଟାଣନ୍ତି ରଥ ଦଉଡି ।।

ହେରାପଞ୍ଚମୀରେ କମଳା ଆସି ।

ରଥ ଭାଙ୍ଗିଦେଇ ଗଲେ ସେ ରୋଷି ।।

ଦୁଇ ଦିନ ପରେ ଫେରିିବା ପାଇଁ ।

କଥା ଦେଇଥିଲେ କମଳାସାଇଁ ।।

ଆଡପ ଦର୍ଶନ ଦେଲେ ଶ୍ରୀହରି ।

ଭକତଙ୍କ ଗଲା କାମନା ପୂରି ।।

ନବମୀରେ କରି ସନ୍ଧ୍ୟା ଦର୍ଶନ ।

ପୁଲକିତ ହେଲା ଭକତ ମନ ।।

ନାକଚଣା ଦ୍ଵାର ପାଖକୁ ଚାହାଁ ।

ତିନିରଥ ଆସି ହେଲେଣି ଠିଆ ।।

ବାହୁଡିବେ ବୋଲି କଳାଠାକୁର ।

ମାଉସୀ ମାଆର ମନ ଅଧୀର ।।

ବଳଗଣ୍ଡିଠାରେ ହୋଇବେ ଠିଆ ।

ପୋଡପିଠା ଦେଇ ତୋଷିବେ ହିଆ ।।

ପୋଡପିଠା ଖାଇ ଖୁସି ମନର ।

ବାହୁଡିବେ ପ୍ରଭୁ କଳାଠାକୁର ।।

ଲକ୍ଷ୍ମୀନାରାୟଣ କଳି ଲାଗିବେ ।

ମଧ୍ୟସ୍ଥତା ଗଜପତି କରିବେ ।।

କଳି ତୁଟିଗଲେ ସିଂହଦୁଆରେ ।

ବିଜୟ ହୋଇବେ କଳାଠାକୁରେ ।।

ଏକାଦଶୀରେ ସୁନାବେଶ ହେବେ ।

ଦ୍ଵାଦଶୀ ଅଧରପଣା ପାଇବେ ।।

ତ୍ରୟୋଦଶୀ ଦିନ ଆସିବ ଯେବେ।

ନୀଳାଦ୍ରିକନ୍ଦରେ ବିଜେ ହୋଇବେ ।।

ରସଗୋଲା ଦେଇ ଲକ୍ଷ୍ମୀଙ୍କୁ ତୋଷି ।

ରତ୍ନସିଂହାସନେ ବସିବେ ଆସି ।।

ରଥରେ ଦେଖିବ କଳାଠାକୁର ।

ବାମନ ସେ ତାଙ୍କୁ ମନେ ବିଚାର ।।

ଗୁଣ୍ଡିଚା ବାହୁଡା ଯାତ୍ରା ଦେଖିବ ।

ପୁନର୍ଜନମରୁ ମୁକତ ହେବ ।।

ମାନବୀୟ ଲୀଳା କରନ୍ତି ହରି ।

ଦର୍ଶନେ ପତିତେ ଯାଅ ତରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract