STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ସଂସ୍କାର ସଂସ୍କୃତି

ସଂସ୍କାର ସଂସ୍କୃତି

1 min
385

ଚିନ୍ତାର ବିଷୟ , ଏଠି ସେଠି ସବୁଠି 

ଭାରତୀୟ ନାରୀ ଅର୍ଦ୍ଧ ଲଙ୍ଗଳା 

ପୁଙ୍ଗୁଳା ଦେହ ଦେଖେଇ ଖୁସୀ

ଭଲ ବେପାର ବି ହେଉଛି

ଚାହିଦା ଦେଖି ଯୋଗାଣ 

ଏବେ ସବୁଠି ଆଲୋଚ୍ୟ ବିଷୟ

ଝିଅଙ୍କ ଷ୍ଟାଇଲ ଫାଇଭ-ଟି ପରି ଉନ୍ନତିକରଣ

ପୁରୁଣା ସ୍କୁଲ୍ ରେ ରଙ୍ଗ ଦେଇ ଚକାଚକ୍

ଚକାଚକ୍ ଆଢ଼ୁଆଳେ ଝିଅଙ୍କ ଛୋଟ ଡ୍ରେସ୍

ପୁଙ୍ଗୁଳା ଦେହ,ମୁହଁରେ ମେକପ୍ 

ଷ୍ଟାଇଲ ନାଁ ରେ ପୁଙ୍ଗୁଳା ଦେହ।


ଭାରତୀୟ ସଂସ୍କୃତିରେ ସଂସ୍କାର ଅଭାବ ନାହିଁ

ଅପସଂସ୍କୃତି ଆସୁଛି କୁଆଡୁ

ଆଧୁନିକତା ର ଦ୍ୱାହି ସହ

ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ

ଲାଇଭ ଶୋ ନାଁ ରେ ଦେହ ଦେଖେଇ

ୱାଟସାପ ରେ ଭିଡ଼ିଓ କଲ୍

ସହଜ ଓ ସରଳ ପନ୍ଥା

କିଛି ବି ଅଙ୍କୁଶ ନାହିଁ 

ସୋସିଆଲ ମିଡ଼ିଆ , ଶସ୍ତା ଓ ସୁନ୍ଦର

ମଜବୁତ୍ କେବଳ ବ୍ୟବହାରକାରୀ।


ଛୋଟ ଡ୍ରେସ୍ ରେ ଭାରତୀୟ ମହିଳା

ଲମ୍ବା ଶାଢ଼ୀ ପିନ୍ଧି ବିଦେଶିନୀ ସଂସ୍କାରୀ 

ଭାରତୀୟ ଯୁବତୀର ନବେ ଭାଗ ଖୋଲା

ବିଦେଶିନୀ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଢାଙ୍କୁଣି

ଭାରତୀୟ ଯୁବତୀ ଓଭର ସ୍ମାର୍ଟ୍

ବିଦେଶିନୀ ଆରମ୍ଭରୁ ସ୍ମାର୍ଟ୍ ଏବେ ବି ସ୍ମାର୍ଟ୍

ଦୁର୍ବଳ ମାନସିକତା ର ଶିକାର ଦେଶୀ ଝିଅ

ପରୀପକ୍ଵ ମନରେ ବିଦେଶୀ ବାଳିକା।


କେତେଦୂର ସତ ଜଣାନାହିଁ

ଖବର ପ୍ରସାରିତ ହେଉଛି

ଛୋଟ ଡ୍ରେସ୍ ପିନ୍ଧାଳି ଝିଅଙ୍କୁ ମନ୍ଦିର ମନା

ଯଦି ସତ,ସ୍ବାଗତ ଯୋଗ୍ୟ ପଦକ୍ଷେପ

ଝିଅଙ୍କ ଛୋଟ ଡ୍ରେସ୍ ହିଁ ଉତ୍ତେଜକ

ଯୁବ ବର୍ଗଙ୍କ ଦେହ ମନରେ ନିଆଁ

ମନ୍ଦିର ର ପରିବେଶ ବି କଳୁଷ।


ପରିବାର ରେ ସଂସ୍କାର ନିହାତି ଜରୁରୀ

ପ୍ରତି ବାପା- ମାଙ୍କ ସତର୍କ ଓ ସଜାଗ 

ଛୋଟ ଡ୍ରେସ୍ ବାରଣ ର କାରଣ ସାଜିବ 

ପରିବାର ରେ ସଂସ୍କାର ହିଁ ସୁଧାର ଆଣିବ

ଘରେ ପିଲା ସୁଧୁରିଲେ

ସମାଜ ବି ସୁଧୁରିଯିବ, ସ୍କୁଲରେ ଫାଇଭ-ଟି ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract