STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ଭୁଲ୍ ବୁଝାମଣା

ଭୁଲ୍ ବୁଝାମଣା

1 min
370


ସମ୍ପର୍କ ବିଶ୍ୱାସ ଯୋଗ୍ୟ

ସମ୍ପର୍କ ଆଢ଼ୁଆଳେ ବିଶ୍ୱାସ

ସମ୍ପର୍କ ର ଭିତ୍ତିଭୂମି ବିଶ୍ୱାସ

ସମ୍ପର୍କ ର ପ୍ରାଚୀର ତଳେ ବିଶ୍ୱାସ ହିଁ ମୂଳଦୁଆ

ସମ୍ପର୍କ ରେ ଫାଟ ,ବିଶ୍ଵାସରେ ବିଷ

ଭୁଲ୍ ବୁଝାମଣା ର ଅୟମାରମ୍ଭ।


ବ୍ୟକ୍ତିଗତ,ପାରିବାରିକ ଓ ସାମାଜିକ

ସମ୍ପର୍କର ଭିତ୍ତିଭୂମି ପ୍ରତି କ୍ଷେତ୍ରରେ

ବୁଝାମଣାରେ ଅଭାବ ,ନିବିଡତାରେ ଅଭାବ

ବିଶ୍ୱାସରେ ଅଭାବ,ଭାବରେ ଅଭାବ

କାୟ ମନ ବାକ୍ୟରେ ସନ୍ଦେହ

ସନ୍ଦେହ ହିଁ ଭୁଲ୍ ବୁଝାମଣା ର ଜନକ।


ସନ୍ଦେହର କୁହେଳିକା ରୁ ଭୁଲ୍ ବୁଝାମଣା

ଜୀବନର ପଥ ପରିବର୍ତ୍ତନ

ବଞ୍ଚିବାର ସ୍ପୃହା ନ ଥାଇ ସଂଘର୍ଷ

ପରିଚିତ ମୁହଁ ଏବେ ଅଚିହ୍ନା ଅଚିହ୍ନା

ଭୁଲ୍ ବୁଝାମଣା ର ପରିଣାମ ବି ଭୟଙ୍କର

ଭୁଲ୍ ନ ଥିବା ପକ୍ଷ ବେଶି ପ୍ରଭାବିତ

ବିପଥଗାମୀ ଚିନ୍ତାର ଉଦ୍ରେକ  

ପ୍ରତିଶୋଧ ପରାୟଣ ମନୋଭାବ ବି ଜାଗ୍ରତ।


ସବୁ ସତ କଥା ଓ ଘଟଣା

ମିଛ ପ୍ରତ୍ୟୟ ଭୁଲ୍ ବୁଝାମଣାରେ

ଅବିଶ୍ବାସ ର ବିଷ ମଞ୍ଜି ପ୍ରତି କ୍ଷେତ୍ରରେ 

ପ୍ରେମ,ପରିବାର, ସଂଘଟନ ଓ ସମାଜ

ଭୁଲ୍ ବୁଝାମଣାରେ ଶିକାର

ମନରେ ଶତ୍ରୁତା ର ଛାପ।


ପୌରଣିକ କଥାରେ ବି ଭୁଲ୍ ବୁଝାମଣା ର ଚିତ୍ର

କାନ କୁହା କଥାରେ ,କୁଟିଳ ପରାମର୍ଶରେ

ସତୀ ସିତା ଅଗ୍ନି ପରୀକ୍ଷା ର ସମ୍ମୁଖୀନ

ବାଲ୍ମୀକି ଆଶ୍ରମରେ ନିର୍ବାସନ ଜୀବନ

ଭୁଲ୍ ବୁଝାମଣା ରେ ଲକ୍ଷ୍ମୀଛଡ଼ା କାଳିଆ ସାଆନ୍ତେ

ଭୁଲ୍ ବୁଝାମଣା ଥାଇ ଲକ୍ଷ୍ମୀଙ୍କ ରଥ ଭଙ୍ଗା କାମ

କଳହ ର ସୂତ୍ରପାତ ଭୁଲ୍ ବୁଝାମଣାରେ

ଅମୃତ ପାଇଁ ଦୈତ୍ୟ ଦେବତା ଲଢେଇ

ଅଶାନ୍ତି ବାତାବରଣ ସୃଷ୍ଟି ଭୁଲ୍ ବୁଝାମଣାରେ।


ଭୁଲ୍ ବୁଝାମଣା ପୂର୍ବରୁ ବୁଝାମଣା

ବୁଝିବା,ବୁଝେଇବା,ଅନୁଶୀଳନ ଯୋଗ୍ୟ

ବୁଝାମଣାକୁ ଠିକ୍ ବୁଝାଜାଉ

ଅଭାବ ବି ପୂରଣ ହେଉ,ସହମତିରେ

ଶାନ୍ତ ମନରେ ବୁଝିଗଲେ

ଭୁଲ୍ ବୁଝାମଣା ର ନାଁ ଲିଭିଜିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract