ମିଛ ହେଉ ପଛେ ସପନ ମୋର
ମିଛ ହେଉ ପଛେ ସପନ ମୋର
ଇତିହାସ କୁହେ, ସବୁ ଦେବାସୁର, ସର୍ବ ଜୀବ ମିଶି
ଏଇ ଜଗତ ମଧ୍ୟରେ
ମିଛ ହେଉ ସପନ, ଅମୃତ ଲାଳସାରେ ସରବେ ତ
ମନ୍ଥିଲେ ସାଗର ମଧ୍ୟରେ ।
ଅସୁର ଜାତିର ସପନ ମିଛ ହେଲେ ମଧ୍ୟ ବାନ୍ଧି ଗଲେ
ସମତା-ସୂତ୍ରେ ସହଯୋଗ ମନ ନେଇ,
ସମୁଦ୍ର ଭିତରୁ ଅମ୍ବୃତ, ବିଷ ବାହାରିଲା ଶିବ ନୀଳକଣ୍ଠ
ବୋଲାଇଲେ ବିଷତକ ପିଇଦେଇ ।
ଅସୁରଙ୍କ ସପନ ମିଛ ହେଲା ସିନା, ମିଶି ଯାଇ ଥିଲେ
ହୋଇ ନଥିଲେ କି ଏକ ସିନ୍ଧୁ,
ଜୀବନ ସପନର ଲକ୍ଷ ସ୍ଥଳକୁ ଛାଡି ନଥୂଲେ ସେମାନେ
ଭୁଲି ପାରିବା କି କୁହ ସବୁ ବନ୍ଧୁ ।
ଆଶା ତ ବୈତରଣୀ, ତାହା ପାର ହେବା ପାଇଁ ସାଧନା
ଦରକାର, ଏଥିରୁ ଶିଖିଲେ,
ନିଶ୍ଚୟ ଦିନେ ବଦଳି ଯିବ ମାନବିକ ମୁଲ୍ୟବୋଧ ସଭିଙ୍କୁ
ସଭିଏଁ ଆମେ ବୁଝିଗଲେ ।
ଆଖିରେ ସପନ ରଖି, ମିଛରେ ଚାଲିଲେ, ନିଶ୍ଚୟ ଥରିବ
ତୁମର ହିଆ
ଅପଶକ୍ତିର ଶିକାର ହୁଏ, ଯିଏ କଳି ଉଣ୍ଡାଳୁଥାଏ କାରଣ
ଅଟେ ସେ ଚୁଗୁଲିଆ ।
ଅମରାବତୀର ସୁଖ-ଶିରୀ ମିଳେ ଯେଉଁ ଲୋକ ଜୀବନରେ
ଥାଏ ସ୍ଥିର ଓ ସାଧକ
ସପନ ମିଛ ହୁଏନି ସାଧନା ନିଷ୍ଠା ସ୍ଥିତପ୍ରଜ୍ଞରେ ପାଏ ଲକ୍ଷ୍ୟ,
ଯେହେତୁ ସେ ଆସ୍ତିକ ।
ସପନ ମୋର ମିଛ ହେଉ ମାନବ-ପ୍ରୀତିର ଉଛୁଳା ନଈରେ
ଝାସ ଦେବାକୁ ମୋ ଜୀବନ
ମମତା-ସାଗରେ ସମତାର ନାବରେ ଭାଙ୍ଗିଦେବି ତ ଏଇ
ସଂକୀର୍ଣ୍ଣତା ତମସାଛନ୍ନ ଦୁର୍ଦ୍ଦିନ ।
ରକ୍ତପାତର-ବିଭୀଷିକା ଆଉ ଆତଙ୍କର ଝଡ ସେଠାରେ ସୃଷ୍ଟି
କରିବେ ନାହିଁ କେହି
ଶାନ୍ତିର ଝରଣା ବୋହିବ ଧରାରେ, ଦୁଃଖ ଓ ଶୋଷଣ ଭରା
ଦୈନ୍ୟର କୃତିମତା ରହିବ ନାହିଁ ।
ମିଛ ହେଉ ପଛେ ମୋର ଏଇ ସପନ, ମୋ କଳ୍ପନାରେ ତ
ଅଦ୍ଭୁତ ଚିନ୍ତା ଘାରେ
ଦେହରେ ଆତ୍ମ ପକ୍ଷୀର ଆର୍ତ୍ତ ଚିତ୍କାର ମଣିଷର ସମ୍ପୂର୍ଣ୍ଣ ମୁକ୍ତି
ପାଇଁ ଖରଚ ହେବରେ ।
