STORYMIRROR

Lata Behera

Abstract

3  

Lata Behera

Abstract

ସ୍ମୃତି

ସ୍ମୃତି

1 min
196


ସ୍ମୃତି ତୁମେ ଆଜି

      ଶ୍ରାବଣ ଋତୁର

 ବରଷା ଛିଟା ର ଧାରା 


ସ୍ମୁତି ତୁମେ ଆଜି

   ମୋ ମନ ହୃଦୟ

ମରୁଭୂମି ଝାଞ୍ଜି ଖରା ।


ସ୍ମୁତି ତୁମେ ମୋର

   ତୃଷ୍ଣା ନିବାରଣୀ

ଚିରସ୍ରୋତା ସ୍ରୋତସ୍ବନୀ  


ସ୍ମୃତି ତୁମେ ଆଜି 

       ସବୁଜ ବନାନୀ

ସିନ୍ଧୁ ତଟ ବେଳାଭୂମି ।


ସ୍ମୃତି ତୁମେ ମୋର

     ଅଭୁଲା କାହାଣୀ

ଅତୀତ ଦରଦୀ ବନ୍ଧୁ 


ସ୍ମୃତି ତୁମେ ମୋର

      ଭିଜା ଆଖି ଲୁହ

ସପ୍ତ ସାଗରର ସିନ୍ଧୁ ।


ସ୍ମୃତି ତୁମେ ମୋର

     ଅନେକ ରାତିର

ମଧୁଝରା ମିଠା ସ୍ବପ୍ନ 


ସ୍ମୃତି ତୁମେ ଆଜି

   ଜୀବନ କାହାଣୀ 

ଅଧା ଗଢା ସୌଧ ଭଗ୍ନ ।


ସ୍ମୃତି ତୁମେ ମୋର 

     ପିଲା ଧୂଳି ଖେଳ

ଷଢେ଼ଇ ବାଲିର ଭାତ


ସ୍ମୃତି ତୁମେ ମୋର 

      ଭିଜା କୁହୁଡି ର 

ତପନ ଜ୍ୟୋତି ପ୍ରଭାତ ।


ସ୍ମୃତି ତୁମେ ମୋର

    ତାଳ ଝାଉଁ ବଣ

ପ୍ରୀତି ଭରା ମଧୁ ଗୀତି


ସ୍ମୃତି ତୁମେ ମୋର

    ରଙ୍ଗ ଫଗୁଣର

 ପ୍ରେମ ପ୍ରୀତି ଫଗୁ ସ୍ମୃତି ।



Rate this content
Log in

Similar oriya poem from Abstract