STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ବନ୍ଧୁ

ବନ୍ଧୁ

1 min
214


ବନ୍ଧୁର ବନ୍ଧୁତା ନିସ୍ବାର୍ଥେ ଜଡ଼ିତ

ନାହିଁ ସ୍ବାର୍ଥ ତିଳେ କାହିଁ,

ଦିଏଶିକ୍ଷା ଭବେ ବନ୍ଧୁପ୍ରେମ ଶିକ୍ଷା

କୃଷ୍ଣ ସୁଦାମାରେ ଯହିଁ।


କାହିଁ କୃଷ୍ଣ ଯହିଁ ଅନାଦି ଅନନ୍ତ

ସୁଦାମା ଦୀନ ବ୍ରାହ୍ମଣ,

ଶାସ୍ତ୍ରରେବର୍ଣ୍ଣିତ ବାଲ୍ୟବନ୍ଧୁ ଦୁହେଁ

ବନ୍ଧୁର ପ୍ରେମ ପ୍ରମାଣ।


କୃଷ୍ଣ ଅଧିପତି ଦ୍ୱାରକା ପୁରୀର

ଅନାଦି ଅନନ୍ତ ଯିଏ,

ବନ୍ଧୁ ତାଙ୍କ ତହିଁ ଅତ୍ୟନ୍ତ ଗରିବ

ଦରିଦ୍ର ବ୍ରାହ୍ମଣ ସିଏ।


ଭିକ୍ଷାମାଗି କାଳ ବ୍ୟତିତକଷ୍ଟରେ

ଯହିଁ ଶ୍ରୀକୃଷ୍ଣଙ୍କ ମିତ୍ର,

ମିତ୍ର ପରିଚୟ ମିତ୍ର ସୁଦାମା ର

ବନ୍ଧୁ ବନ୍ଧୁତାର ପତ୍ର।


ଭକ୍ତି ତାର ମିତ୍ରେ ବନ୍ଧୁତା ପ୍ରଗାଢ

ପ୍ରେମଶ୍ରଦ୍ଧା ଭରିଅଛି,

ପାଇବାକାମନା ନାହିଁଟି ଜୀବନେ

ବନ୍ଧୁରେ ବନ୍ଧୁତା ଅଛି।


ବହୁ କୁଟୁମ୍ବ ର ପରିବାର ତାର

ପତ୍ନୀ ଯାର ପତିବ୍ରତା,

ଭିକ୍ଷାମାଗି କାଳ ବ୍ୟତୀତଜୀବନ

ଭକ୍ତ ଓ ପ୍ରଭୁ ମିତ୍ରତା।


ବ୍ରାହ୍ମଣ ଜାଣିଛି ମିତ୍ର ପରା ତାର

ବ୍ରହ୍ମାଣ୍ଡ ଠାକୁର ଯହିଁ,

ତାଙ୍କ ପଦେ ସବୁ ସମର୍ପଣ କରି

ଜୀବନ ବ୍ୟତୀତ ତହିଁ।


ନ କରେ କାମନା ମିତ୍ରପାସେକିଛି

ନ ଯାଏ ମିତ୍ରର ପାସ,

ଦୁଃଖ ଓ କଷ୍ଟରେ ଜୀବନବ୍ୟତିତ

ରଖିନି କାମନା ଆସ।


ବ୍ରହ୍ମ ଜ୍ଞାନୀ ସେହୁ କୃଷ୍ଣଙ୍କର ମିତ୍ର

ଜାଣି ଅଛି କର୍ମ ଜ୍ଞାନ,

ମିତ୍ରରେ ନଥାଏ ନିବେଦନ କିଛି

ଏହୁତ ବନ୍ଧୁତା ଜ୍ଞାନ।


ମିତ୍ର ଅଧିପତି ହେଲେକଣହେବ

ମିତ୍ରତ ଦୀନ ବ୍ରାହ୍ମଣ,

ଆତ୍ମସମ୍ମାନଟି ବନ୍ଧୁତା ମଧ୍ୟରେ

ଜାଣିଛି ସୁଦଶା ଜଣ।


ଗୃହର କଷ୍ଟରେ ଆକ୍ରାନ୍ତହୋଇଣ

ପତ୍ନୀ କୁହେ ସ୍ବାମୀ ପାସେ,

ତୁମ ମିତ୍ର ପରା ଦ୍ବାରିକାଧି ପତି

ଯାଅ ସ୍ବାମୀ ତାଙ୍କ ପାସେ।


ପତ୍ନୀର ବିନତି ସ୍ବାମୀପାସେବହୁ

ରାଜି ହେଲେଟି ସୁଦାମା,

ପୁଟୁଳିରେକିଛି ବାନ୍ଧିଦେଲାପତ୍ନୀ

ଖୁସିରେ ଗଲେ ସୁଦାମା।


କୃଷ୍ଣ ନାରାୟଣ ଜାଣିଲେଟିସବୁ

ହେଲେ ଆନନ୍ଦିତ ଅତି,

ଏତେବର୍ଷ ପରେ ମିତ୍ରଆସିଅଛି

କଲେ ଟି ସ୍ବାଗତ ଅତି।


ରତ୍ନସିଂହାସନେ ବସାଇଲେତାଙ୍କୁ

ପ୍ରଭୁ ହିଁ ପାଦ ଧୋଇଲେ,

ପତ୍ନୀ ସନ୍ତାନଙ୍କ କଥାପଚାରିଲେ

ମିତ୍ରକୁ ସମ୍ମାନ ଦେଲେ।


କେଉଁ ନୈବେଦ୍ୟକୁ ଘରୁଆଣିଅଛ

ମିତ୍ର ଦିଅଶୀଘ୍ର ମୋତେ,

ଛଡାଇ ନେଲେଟି ମିତ୍ରପାସୁତାହା

ବନ୍ଧୁ ଶିକ୍ଷା ପାଇଁ ମର୍ତ୍ତ୍ୟେ


କୃପାସିନ୍ଧୁ ଯହିଁ ସୁଦାମାର ମିତ୍ର

ଦେଲେମିତ୍ରେ ସବୁକିଛି,

ଜଗତେଗୁଞ୍ଜିଲା ବନ୍ଧୁ ଓ ବନ୍ଧୁତା

କାମନା ନ ଥାଏ କିଛି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract