STORYMIRROR

Niranjan Mishra

Abstract

3  

Niranjan Mishra

Abstract

ଆ କା ମା ବୈ

ଆ କା ମା ବୈ

1 min
137


"ଆ...କା...ମା...ବୈ...

ଗୁଆ ପାନ ଥୋଇ

ଗୁଆ ପାନ ତୋର

ମାସକ ଧରମ ମୋର "

ପିଲାଦିନେ ଆମେ ଡଙ୍ଗାଭସା ବେଳେ

ଗାଉଥିଲେ ଏଇ ଗୀତ।

ଆଜି ବି ଦେଖୁଚେ ଶୁଣୁଛେ କେହି ବି

ଗାଉଛନ୍ତି ଏଇ ଗୀତ ।୧।

ଆଷାଢ କାର୍ତ୍ତିକ ମାଘ ଓ ବୈଶାଖ

ଏ ଚାରି ଧରମ ମାସ ।

ଆମ ସଂସ୍କୃତିରେ ବିଶେଷ ପ୍ରଭାବୀ

ହୁଏ ଏଇ ଚାରି ମାସ ।୨।

ଆଷାଢ ମାସରେ ନବଦିିନ ପାଇଁ

ହୁଅଇ ରଥ ଯାତରା ।

ଶ୍ରୀ ଜଗନ୍ନାଥଙ୍କ ନିତ୍ଯ ଲୀଳା ଚାଲେ

ଆଣଇ ଖୁସି ଅସରା ।୩।

କାର୍ତ୍ତିକ ମାସର ଦୀପାବଳି ରାତି

ପାହାନ୍ତିଆ ପହରରେ ।

ବୋଇତ ବନ୍ଦାଇ ଧନ ଦରବକୁ

ରଖନ୍ତି ଘରଣୀ ଘରେ ।୪।

ପାହାନ୍ତି ପହରେ କାର୍ତ୍ତିକ ମାସର

ପୂର୍ଣ୍ଣମୀ ଦିନ ବୋଇତ ।

ବନ୍ଦାଇ ଆ...କା...ମା...ବୈ...ଗାଇ

ଯାଆନ୍ତି ସାଧବ ସୁତ ।୫।

ମାଘ ମାସ ଶୀତ ଜାଣନ୍ତି ସଭିଏଁ

ମାଘ ସପ୍ତମୀ ଆସିଲେ ।

ଚନ୍ଦ୍ରଭାଗା ବୁଡ, ମାଘ ପୂର୍ଣ୍ଣମୀରେ

ମାଘ ମେଳା ହୁଏ ଭଲେ ।୬।

ବଇଶାଖ ଖରା ମାରେ ଚାଇଁ ଚାଇଁ

ଅକ୍ଷୟ ତୃତୀୟା ଆସେ ।

ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୁଏ

ଚନ୍ଦନ ଚନ୍ଦନ ବାସେ ।୭।

ରଥ ଅନୁକୂଳ ଏହିଦିନ ହୁଏ

ବୈଶାଖ ଧରମ ମାସ ।

ଆ...କା...ମା...ବୈ... ଗାଇ

ସେଥିପାଇଁ ଡଙ୍ଗା ଭସାନ୍ତି ବିଶେଷ। ୮।

ବାଲି ବୋରନିଓ ଜାଭା ସୁମାତ୍ରାରେ

ବେପାର ବଣିଜ କରି।

ସାଧବେ ଆମର ଫେରି ଆସୁଥିଲେ

ଧନ ଦଉଲତ ଧରି ।୯।

କର୍ପୁର ଉଡିଛି କନାଟି ପଡିଛି

ଆଜି ସେ ସ୍ମୃତିଚାରଣ।

ଆ..କା...ମା...ବୈ... କରାଇ ଦେଉଛି

ଧନ୍ୟ ଆମ ଜାତି ଧନ୍ୟ ।୧୦।

ପୂରୁବ ଗୌରବ ସୁମର ତୋହର

ଆଜିରେ ଓଡିଆ ପୁଅ ।

ଯୁଗ ଯୁଗ ସ୍ମୃତି ଜାଗି ରହିଥିବ

ହୁସିଆର ଏବେ ହୁଅ ।୧୧।


Rate this content
Log in

Similar oriya poem from Abstract