STORYMIRROR

Puspanjali Panda

Abstract

3  

Puspanjali Panda

Abstract

ପର୍ବପର୍ବାଣୀ

ପର୍ବପର୍ବାଣୀ

1 min
151

ପର୍ବପର୍ବାଣୀ ଓଡ଼ିଆଙ୍କ ଠାଣୀ

ବାରମାସେ ତେର ଯାତ

ଆଦ୍ୟ ବୈଶାଖ ଅବା ଶେଷ ଚୈତ୍ର

ସବୁ ମୂଳେ ଜଗନ୍ନାଥ।।


ଗ୍ରୀଷ୍ମ ତାପସହି ଜଳୁଥିଲେ ମହୀ

ଝର ଝର ବର୍ଷା ଆଶେ

ସ୍ନାନ ପୂର୍ଣ୍ଣିମାରେ ଆବାହନ କରେ

ଅଖିମୁଠି ଧରି ଚଷେ।।


ରଥ ଯାତ ଆଣେ ବିଶ୍ଵାସ ବଖାଣେ

ଜଗତ କଲ୍ୟାଣ ପାଇଁ

ଆସନ୍ତି ଠାକୁରେ ଦେଉଳୁ ବାହାରି

ନିତି କାନ୍ତି ସବୁ ନେଇ।।


ଶରତେ ମରତେ ଦୁର୍ଗା ମା ଆସନ୍ତି

କି ସୁନ୍ଦର ଦଶହରା 

ଦୀପାବଳୀ,ପୁଣ୍ୟ କାର୍ତ୍ତିକ ପର୍ବ

ଓଡ଼ିଆଙ୍କ ଗର୍ବ ପରା।।


ଧନଧାନ୍ୟ ବିମଣ୍ଡିତା ଲକ୍ଷ୍ମୀ ପୂଜା

ଘରେଘରେ ପୁରେ ପୁରେ

ପୌଷ ମାଘରେ ଜବର ଜାଡରେ

ଧାନ ଧନ ସୁଖ ଭରେ।।


ଫଗୁଣରେ ଫଗୁ ଖେଳରେ ଗୋବିନ୍ଦ

ଦୋଳ ବିମାନରେ ଆସି

ବୁଲୁଥାନ୍ତି ଆହାଃ କି ସୁନ୍ଦର ବେଶେ

ଗୋପ ଗୋପାଳୁଣି ଖୁସି।।


ଚଇତି ପରବ ଘୋଡ଼ା ନାଚ ଦେଖି

ମନ ନାଚେ ଆନନ୍ଦରେ

ପର୍ବ ପର୍ବାଣୀର ଅସରନ୍ତି ଗାଥା

କହିଲେ କଥା ନ ସରେ।।



Rate this content
Log in

Similar oriya poem from Abstract