ପାର୍ବଣ
ପାର୍ବଣ


ତୁମେ ତ ଆସ
ପାର୍ବଣର ଘଡି଼ରେ
ପର୍ବ ପର୍ବାଣୀରେ
ବର୍ଷ କୁ ବର୍ଷ
ଶକ୍ତି ରୂପେ
ଞାନ ରୂପେ
ଶାନ୍ତି ରୂପେ।
ଅଭୟ ବର ଦାନେ
ମଣିଷକୁ
ବୁଦ୍ଧି ସିଦ୍ଧି ବଳର
ମନ୍ତ୍ର ପୁଙ୍ଖ
ମନରେ
ଆତ୍ମାରେ
ଶରୀରରେ।
ଶବ୍ଦର କାହାଳୀ ଘଣ୍ଟରେ
ଭରିଦିଅ
ଖୁସି ଆନନ୍ଦ
ଉଦିପନା
ସମ୍ଭାବନା
ଆଶ୍ବସନାରେ
ପୋଛିଦିଅ ଆଖିରୁ ଲୋତକ।
ତୁମେ ତ ଆସ
ଗହଳ ଲଗାଇ
ବାର ମାସ, ତେର ଯାତ୍ରାରେ
ମିଳନର ବନ୍ଧୁ ବାନ୍ଧବରେ
ବାର୍ଦ୍ଧକ୍ୟର
କ୍ଷଣ ସ୍ବରରେ
ପୁଣି ନବଜାତ ଶିଶୁର ହସରେ।