STORYMIRROR

Sunanda Mohanty

Action Thriller Children

4  

Sunanda Mohanty

Action Thriller Children

ଆସିଛି ରଜ 

ଆସିଛି ରଜ 

1 min
4


ବନସ୍ତେ ଡାକିଲା ଗଜ 
ବରଷକେ ଥରେ ଆସିଛି ରଜ 
ଦୋଳି ହୁଏ କଟକଟ
ନୂଆ ଫ୍ରକ ପାଦେ ଜୋତା 
କପାଳେ ଚନ୍ଦନ ମୁଣ୍ଡରେ ଫିତା 
ମୁନି ଉଠାଏ ଫଟ 
ଚାଷୀ ବାପା ତାର ମୌସୁମୀ ଚାହିଁ 
ଜମିକୁ ତିନିଦିନ ପୂଜା ପାଇଁ 
କୃଷି ପର୍ବ ଯେଣୁ ଦୋଳି କଟକଟ 
ବୋଉ ପିନ୍ଧି ନାଲି ପାଟ 
ଶୀଳ ଶିଳୁପୁଆ ରଖି ଖଟୁଲି ଖଟ 
ପିନ୍ଧାଏ ଫୁଲ ଗଜରା ମୁକୁଟ 
ରଜ ଦୋଳି ସାଥେ ପୋଡ଼ ପିଠା 
ଆମ୍ବ ପଣସ କଦଳୀ ଆଠ 
ବୋଉ କରିଅଛି ପିଠା ନକରି ମଠ 
ମୋ ଭାଇ ପିନ୍ଧେ ମୁକୁଟ 
କାଳିଆ ବଳିଆ କସରା ମୁଣ୍ଡେ 
ସିନ୍ଦୂର ଚନ୍ଦନ ଛିଟ
ତାଙ୍କର ଛୁଟି ରଜର ପସରା ହାଟ 
ଖାଇବେ ପଣସ ଫୁଟ 
ମୁନି ସିନି ହେନି ସାଙ୍ଗ ହୋଇ ଦୋଳି 
ଖେଳନ୍ତି ରଟରଟ 
ସାଧବ ବୋହୂଟା ମାରେ କୁହାଟ 
ମୌସୁମୀ ଆଣିଛି ଭେଟଘାଟ 
ପାଦରେ ଅଳତା ମୁଣ୍ଡରେ ଝିଅଙ୍କ ଫିତା 
ଭାଇ ମୁଣ୍ଡେ ମୁକୁଟ ବାପାଙ୍କ ନାହିଁ ଆକଟ 
ରଜ ମଉଜ ଓ ସଜବାଜ 
ଦେଖି ଲାଗେ ଓଡ଼ିଆ ଥାଟ 
ବାରମାସେ ତେର ପରବ ଭିତରେ 
ରଜର ଦୋଳି ମଟମଟ 
କୃଷି ଉପଯୋଗୀ ମାଆ ମାଟି 
କର୍ଷଣରେ ଜମି ଉର୍ବର ପୁଣି ଚାଷୀଭାଇ 
ବୁଣି ଫଳେଇବ ଫସଲ କହି ସଅଳ କାଟ


Rate this content
Log in

Similar oriya poem from Action