Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

3  

Gopinath Jena

Romance

ଆଶା ମରିଚୀକା

ଆଶା ମରିଚୀକା

1 min
163


କରୀନ୍ଦ୍ର ଗମନା ଇନ୍ଦୁ ନିଭାନନା

        କୋମଳାଙ୍ଗୀର କି ରୀତି

ଲାବଣ୍ୟ ସିନ୍ଧୁ ସେ ବନ୍ଧୁକ ଅଧରା 

        କରତି ଦିଅଇ ଛାତି ।


ମତ୍ତପିକ ଭାଷୀ ନୂତନ ବୟସୀ 

        ମାଣବକ ମୃଗ ନୟନୀ

ଘନ ଜଘନୀ ମୋ ପରାଣ ବନ୍ଧୁ

        ଦରହାସୀ ସରୁ ଦଶନୀ ।


ବସନ୍ତ ବସନା ବନଜ ଆନନୀ 

        କାଶ ହାସମୁଖୀ ବାଳା 

କ୍ଷୀଣ ଉଦରୀ ସେ କରୀ କୁମ୍ଭସ୍ତନା 

       କେତେ ରଙ୍ଗେ କରେ ଖେଳା ।


ହେମାଙ୍ଗୀର ଗିର ଗୁଣି ହେଲି ଶୁଣି 

        ବାଜଇ କେ ବୀଣା ଜାଣି 

ଗରଳ ଗଳଙ୍କ ସେବା ଫଳକୁ ଗୋରୀ 

        ହେବ ତୁମେ ମୋର ରାଣୀ ।

 


Rate this content
Log in

Similar oriya poem from Romance