STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଆଶ୍ୱାସନା

ଆଶ୍ୱାସନା

1 min
575


ମୁଁ ଏଵେ ବୁଝିସାରିଲିଣି ମଳୟ ପରି ଆସିବ ପ୍ରଳୟ 

ତୁ ବି ବୁଝିସାରିବୁଣି ନିଳୟ ଥିଲେ ଥାଏ ବଳୟ 

ତୁ ଅବା ମୁଁ ଏମିତି ଘୁରୁଥିବା ହେବାକୁ ଅମର ଅଜୟ 

ବିଡମ୍ବନା ଭାଗ୍ୟରେ ସବୁ କାଳେ ବିପର୍ଯୟ।


ତୁ ମୁଁ ସେ ସମେସ୍ତେ ପରାଙ୍ଗପୃଷ୍ଟ ସ୍ତାବକରେ ରଖି ଭୟ 

ଭାଇରସ ଭାଇରଲ କରିବାରେ ସିଦ୍ଧହସ୍ତମୟ 

ନିଜ ବଡ଼ିମାର ଡିଣ୍ଡିମ ପିଟି ପିଟି ଆକୁଳ ଅଥୟ 

ବଢୁଛି ପାଶ୍ଚାତ୍ୟ ସଂସ୍କୃତି ପ୍ରୀତି ଅତ୍ୟନ୍ତ ଆବେଗମୟ 

ଆଲୋ ସଖୀ ଆପଣା ମହତ ଆପେ ରଖି ଚାଲିବାର ଲୟ । 

କରୋନା ର ଆବିର୍ଭାବ କଳିଯୁଗ ଶେଷ ବାର୍ତ୍ତାବହ 

"ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତେ 

ଧର୍ମ ସଂସ୍ଥାପନାର୍ଥାୟ ସଂଭବାଃମି ଯୁଗେ ଯୁଗେ "

ଶେଷ ରେ ସେହି ପରମ ପୁରୁଷ ପଦେ ରଖି ଲୟ 

ପୁନଶ୍ଚ ପୁନଶ୍ଚ ବିପର୍ଯୟର ସନ୍ତୁଳନରେ ସେହିଁ ଆଶ୍ୱାସନାମୟ 

ମଣିଷ ର ଏକମାତ୍ର ପଥ ଓ ପାଥେୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy