ଆସ ଭିଜିବା ପ୍ରେମ ବର୍ଷାରେ
ଆସ ଭିଜିବା ପ୍ରେମ ବର୍ଷାରେ
ବରଷା ଟା ଆସି ମାଟିକୁ ଚୁମିଲା
ବାତ୍ୟା ଗଲା ଅପସରି
ଉଜୁଡା କ୍ଷେତରେ ସୁନାର ଫସଲ
ଚାଷୀ କାନ୍ଦେ ମୁଣ୍ଡ କୋଡି।
ଇନ୍ଦ୍ରଧନୁ ଏବେ ଫେରାର ହେଲାଣି
ନପାଇ ମୌସୁମୀ ସ୍ପର୍ଶ
ଦିଶାହୀନ ଆଜି ଚାଷୀର ସପନ
ମନରେ ନାହିଁ ହରସ ।
ବର୍ଷା ପରି ଯଦି ଆକାଶୁ ଝରନ୍ତା
ଖୁସିର ଅଶୃ ବିନ୍ଦୁ
ଚାଷୀର ଟୋକେଇ ପୂର୍ଣ୍ଣ ହୁଅନ୍ତା
ପାଇ ଯାଆନ୍ତା ସେ ଖୁସିର ସିନ୍ଧୁ।
ଖୋଲା ଆକାଶର ବୁକୁତଳେ ରହି
ଯେ' କରେ ଅନ୍ୟର ଚିନ୍ତା
ତା' ମୁଖରେ ଟିକେ ହସ ଭରିଗଲେ
ମନୁ ଚାଲିଯାନ୍ତା ଦକା ।
ହିଂସା, ସ୍ୱାର୍ଥ,ଦେଷ ପାହାଡ ଉପରେ
ମଣିଷ କରିଛି ଘର
ସେହି ପାହାଡରୁ ଓହ୍ଲେଇଲେ ଥରେ
ସବୁ ଲାଗିବ ସୁନ୍ଦର ।
ଏ ମରତ ଭୂଇଁରେ ଜନମିଛେ ଆମେ
ଦି ଦିନ କୁଣିଆ ହୋଇ
ଅନ୍ୟର ଦୁଃଖ ରେ ଖୁସି ଭରି ଦେଖ
ଆତ୍ମା ଯିବ ତୋଷ ହୋଇ।
ମନ୍ଦିର ଭିତରେ ଦେବତା ନଥାନ୍ତି
ଦେବତା ଥାଆନ୍ତି ସଭିଙ୍କ ହୃଦେ
ସ୍ନେହ ଆଦର ର ହାତକୁ ବଢାଅ
ମିଠା କଥା କହି ପଦେ ।
ବରଷା ଆସିବ ବରଷା ବି ଯିବ
କରି ତାର କ୍ଷୟ କ୍ଷତି
ଆସ ପ୍ରେମର ବର୍ଷାରେ ଭିଜିଯିବା ଥରେ
ମନେ ରହିବନି ଭୀତି।