STORYMIRROR

pranati Mahapatra

Action Children

3  

pranati Mahapatra

Action Children

ଆମେ କୁନି କୁନି ତାରା

ଆମେ କୁନି କୁନି ତାରା

1 min
266


ଆକାଶରେ ଗୋଟେ ଜହ୍ନ ଥାଏ ସିନା

  ଝିଲିମିଲି କେତେ ତାରା,

ଦିନ ଅବଶେଷେ ଉଭା ହୋଇ ଥାନ୍ତି

  ସନ୍ଧ୍ୟା ଆଗମନେ ପରା।


ଘରଟି ଆମର ଆକାଶ ହୋଇଲେ

   ବାପା ଆମ ଘର ଜହ୍ନ,

କୁନିକୁନି ଶିଶୁ ଆମେ ପୁଅଝିଅ

    ଚଳିଯାନ୍ତି ନେଇ ମନ।


ତାରାଗଣ ସିନା ଆମଠାରୁ ଦୂରେ

ଜହ୍ନ ପାଖେ ପାଖେ ଥାଇ,

ଅସୀମ ଶକ୍ତିର ଅଧିକାରୀ ପରା

 କ୍ଷୁଦ୍ର ଦୃଶ୍ୟମାନ ହୋଇ।


ଆମେ ଆମ ଘରେ ବାପା ମାଆ ପାଶେ

    କ୍ଷୁଦ୍ରରୁ ବୃହତ ହେବା,

କୁନିକୁନି ତାରା ଆମେ ଯେ ମହତ

   କର୍ମେ ଗୁଣ ବିକଶିବା।


କେଡ଼େ ଉଜ୍ଜଳ ଏହି କୁନି ତାରା 

    ମଧ୍ୟେ ସପ୍ତର୍ଷିମଣ୍ଡଳ,

ଉତ୍ତର ଦିଗରେ କୁଆଁତାରା ପୁଣି

    ଦିଶୁଥାଏ ଜଳଜଳ।


ଏ ମର୍ତ୍ତମଣ୍ଡଳେ କୁନି ଆକାଶରେ

   ଆମେ କୁନି କୁନି ତାରା,

ନିଜ ଜ୍ଞାନ ବଳେ ମହକାଇ ଦେବା

   ଏହି ଶଶାଗରା ଧରା।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action