Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

3  

Rama chandra Pradhan

Abstract

ଆମେ କେତେ ସ୍ୱାଧୀନ କେତେ ପରାଧୀନ

ଆମେ କେତେ ସ୍ୱାଧୀନ କେତେ ପରାଧୀନ

1 min
174



ସେଦିନର ସେଇ ସ୍ୱାଧୀନ ଭାରତ 

   ନାହିଁ ଆଉ ଆଜିକାଲି 

ସ୍ୱାର୍ଥପରତାର ମଇଳା ରଙ୍ଗରେ 

  ଫିକାଫିକା ଲାଗେ ଖାଲି l

ଦୁର୍ନୀତିର ପଙ୍କେ ସର୍ବେ ଉବୁଟୁବୁ 

   ତେଲିଆ ମୁଣ୍ଡରେ ତେଲ 

ଗରିବ ବିଚରା ଦହଗଞ୍ଜ ହୁଏ 

   ପର ଘରେ ଖଟି ମୂଲ l

ନାରୀ ସ୍ୱାଧୀନତା ପ୍ରହସନ ଆଜି 

  ଭାଷଣ ବାଜିରେ ସାର 

ବିକାଶ ଏଇଠି ଅଧ ପନ୍ତରିଆ

  ଯୋଜନା ପାଣିରେ ଗାର l

ପରାଧୀନ ଛାପ ଏଯାଏଁ ଯାଇନି 

  ଧନୀକର ଭାଉ ବେଶି 

ଇଂରେଜଙ୍କ ଭଳି ସେମାନେ ଡରାନ୍ତି 

   ହୀନ ଚକ୍ରାନ୍ତରେ ପେଷି l

ଯୌତୁକ ଜୁଇରେ କେତେ ନବବଧୂ 

   ନିତି ଯାଉଥାନ୍ତି ଜଳି 

ନାରୀ ନିର୍ଯାତନା କନ୍ୟାଭୃଣ ହତ୍ୟା 

   ଆସେ ବିଭିଷିକା ଭଳି l

ସ୍ୱାଧୀନ ହୋଇ କି ପରାଧୀନ ଆମେ 

   ଆଜିର ଏ ସମୟରେ 

କାଗଜ କଲମେ ସେ ସବୁ ସାଇତା 

   ନୁହେଁ ବ୍ୟକ୍ତି ଜୀବନରେ l


Rate this content
Log in

Similar oriya poem from Abstract