ଆମେ ବି ବଞ୍ଚିବା
ଆମେ ବି ବଞ୍ଚିବା
ମୌନାବତୀ !
ସ୍ବପ୍ନରେ ବି ଚୁମାଟିଏ ଦେଲେ ତୁମେ
ହାଡୁଆ ଗାଲରେ ଅଡ଼ୁଆ ଭାବନା ସବୁ
କବିତା ପାଲଟି ଯାଏ।
ଛିଣ୍ଡା ଛିଣ୍ଡା ସ୍ବପ୍ନ ସବୁ ଯୋଡ଼ି ହୋଇ
ସାର୍ଥକତା ର କଢିଟାଏ ଫୁଟିଯାଏ
ଇଛାହୁଏ ପ୍ରତି ଦାନରେ ମୁଁ ବି ଦିଅନ୍ତି
ଲାଜର ରୋମାଞ୍ଚ ରେ ତୁମ ଗାଲର ଗାଲିଚା ବି
ରକ୍ତର ଗୋଲାପ ଙ୍କୁ ନେଇ ଝଟକି ଉଠନ୍ତା
ସକାଳ ର ରକ୍ତିମ ଲାଲ ସୁରୁଜ ପରି
ଭାବନା ହିଁ ଭାବନାରେ ରହିଯାଏ
କଞ୍ଚା ନିଦ ଭାଙ୍ଗିଯାଏ
ପାହାନ୍ତାର ଶୀତୁଆ ହାଓ୍ବାରେ
ଚାରିପାଖେ ଜମିଯାଏ
ଶୂନ୍ୟ ତାର ମେଞ୍ଚା ମେଞ୍ଚା ଭିଡ଼
ତମ ପ୍ରାପ୍ୟ ବାକି ରହେ
ଏମିତି ତ ଚାଲିଛି ଦୁନିଆ
ଶତାବ୍ଦୀ ର ବୋଝ ବହି ବଞ୍ଚିଛି ମଣିଷ
ତଥାପି ଆମେ ବି ବଞ୍ଚିବା।।