STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଆମ ପୁରୁଣା ବରଷ

ଆମ ପୁରୁଣା ବରଷ

1 min
528


ଆମ ପୁରୁଣା ବରଷ

ଥିଲା ଦୁଇହଜାର ଏକୋଇଶ

କରୋନାର ବିଷ ଛଡାଇଲା ହସ

କେତେ ପରିବାରେ ଆଣି ଦେଲା ବିରସ

ଦେଲା ସେ ଶିକ୍ଷା ତୁମ ଜ୍ଞାନ ବିଜ୍ଞାନ

ମୋ ପାଇଁ ତୁଛ

ପ୍ରକୃତି ପରିବେଶ ପାଶେ

ସବୁ ଜ୍ଞାନ ଗାରିମା ମିଛ ।


କହିଗଲା ପରା ସେ ଆମକୁ

ମୁଁ କାର ଶବଦ କରରେ ତ୍ୟାଗ

ଦ୍ଵନ୍ଦ୍ଵ ଯୁଦ୍ଧେ ଲିପ୍ତ ନ ହୁଅ ପରସ୍ପର

ଭାଇ ଚାରା ରେ ଚଳିବ ଯେବେ

କେଉଁ ଜୀବାଣୁ ଭୂତାଣୁ କୁ ନ ଥିବ ଡର

ଅନ୍ୟାୟ ଅନୀତି ଦୁର୍ନୀତି ସବୁ

ଯେତେ ଯେତେ କରିବ

ପ୍ରାକୃତିକ ବିପର୍ଯ୍ୟୟ ଆସି

ମଣିଷ ଓ ଜୀବଜଗତକୁ ଧ୍ଵଂସ କରିବା ।


ପୁରୁଣା ବର୍ଷର ନିନ୍ଦା ନ କରି

ହିଂସା ଦ୍ଵେଷ ସବୁ ମନୁ ପରିହରି

ଶାନ୍ତି, ମୈତ୍ରୀ ରେ ଚଳିବାକୁ

ଆମେ ଚେଷ୍ଟା କରିବା

ପର ଆପଣାର ଭେଦଭାବ

ଆମ ମନେ କେ ନ ରଖିବା

ପୁରୁଣା ପାଇଁ ମନ ନ କରି ଊଣା

ଜୀବନ ଜୀବିକା କୁ ନେଇ

ପ୍ରତିକୂଳ ପରିସ୍ଥିତି ରେ

ଦୁଇହଜାର ଏକୋଇଶି ଠାରୁ ଶିଖିବା ।


କାଳବଇଶାଖୀ, ଅଦିନ ମେଘ

ବାତ୍ୟା, ବନ୍ୟା ସିନା ପ୍ରକୃତି ବାଘ

ଏ ମଣିଷ ପୁଣି ସାଜି ପିଶାଚ

ଦୁଷ୍କର୍ମ, କୁକର୍ମ, ଭୃଣ ହତ୍ୟା ଆଦିରେ

ରହି ଲିପ୍ତ କିଆଁ କୁହେ ମିଛ

କିଆଁ ଖାଏ ଲାଞ୍ଚ

ମା ମାଟି ପାଇଁ କର୍ତ୍ତବ୍ୟ ଭୁଲି

ପରସ୍ପର ମଧ୍ୟେ ଏ ମଣିଷ

ରକ୍ତର ଖେଳଇ ହୋଲି

ଧନ୍ୟ ତୁମେ ସଭ୍ୟ

ଧନ୍ୟ ତୁମ ସଭ୍ୟତା

ପୁଞ୍ଜି ନିଶାରେ ଭୂତାଣୁ ତିଆରି

ମଣିଷ ଜାତି ମଣିଷ ଜାତିର କରଇ ହତ୍ୟା

ଦୁଇହଜାର ଏକୋଇଶି କ'ଣ ଥିଲା

କେଉଁ ଦେଶ ବିଜ୍ଞାନାଗାରର ଉପଦେଷ୍ଟା ?


ଆରେ ମଣିଷ ଖୋଲାରେ ହସ

ମନୁ ଓ ହୃଦୁ ତ୍ୟେଜ ଅବିଶ୍ଵାସର ବିଷ

ପୁଞ୍ଜି ଓ କ୍ଷମତାର ନ ତୁ ବଶ

ରକ୍ଷା କର ଆଗ ତୋ ସ୍ଵ ବଂଶ

ଚିନ୍ତା କର ତିଳେ ଆଗାମୀ ପିଢ଼ିଙ୍କ ବଂଶ

ପରସ୍ପର ମଧ୍ୟେ ଯୁଦ୍ଧେ ଲିପ୍ତ ରହି

ଧ୍ଵଂସ ଗଲେ ଯେପରି ଯଦୁ ବଂଶ

କୋକୁଆ ଉପାଖ୍ୟାନ ରଚାଇ କୃଷ୍ଣ

ଧର୍ମ ରକ୍ଷା ପାଇଁ ଧ୍ଵଂସିଲେ ସେ ସ୍ଵ ବଂଶ

ସତ୍ୟ ଧର୍ମ ଶାନ୍ତି ପାଇଁ ସିନା

ସେ କଲେ ପାପୀ ଓ ପାପ ବିନାଶ

ତୁମେ ପାପୀଗଣ ପାପ ଅନ୍ୟାୟକୁ

କରିବା ପାଇଁ ଉତ୍କର୍ଷ

ନିଜ ଅର୍ଥ ଓ କ୍ଷମତା ବୃଦ୍ଧି ପାଇଁ

ବୁଣୁଛ ମଞ୍ଜି ପରସ୍ପର ମଧ୍ୟେ

ଦ୍ଵନ୍ଦ୍ଵ, କଳହ ଓ ଅବିଶ୍ବାସ ର ବିଷ

ଏ କଥା ଶିକ୍ଷା ଦେଇଗଲା ପୁରୁଣା ବର୍ଷ

ଆମ ସଭିଙ୍କୁ ଦୁଇହଜାର ଏକୋଇଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract