STORYMIRROR

Keshab Chandra Dash

Abstract Classics Fantasy

4  

Keshab Chandra Dash

Abstract Classics Fantasy

ଆମ ମାମୁଁଘର

ଆମ ମାମୁଁଘର

1 min
239


ପୃଥିବୀ ମାତାର ଆଦରର ଭାଇ

     ଜହ୍ନମାମୁଁ ଆମ ନିଜର

ରକ୍ଷାବନ୍ଧନ ପାଇଁ ମାଆ ରାକ୍ଷୀ ଧରି 

    ଚନ୍ଦ୍ରଯାନ ଯାଇଅଛି ମାମୁଁଘର।


ଚନ୍ଦ୍ରଯାନ ମାମୁଁ ଘରକୁ ଯାଇଛି 

     ରଚି ଦେଇ ଇତିହାସ

ସାରା ବିଶ୍ବରେ ଆଜି ଉଡ଼ାଇ ବିଜୟ ପତାକା

     ସାଉଁଟିଲା କେତେ ଯଶ।


ଛୁଆବେଳେ ଆମେ ଗୀତ ଶୁଣୁଥିଲୁ

     ମାମୁଁ ଅଛନ୍ତି ଯେ ବହୁ ଦୂର

ପ୍ରମାଣ କରିଛି ଚନ୍ଦ୍ରଯାନ ଆଜି 

     ଦୁଇ ପାହୁଣ୍ଡରେ ମାମୁଁଘର।


ମାମୁଁଘରୁ ଆଜି ଫଟୋ ପଠାଇଛି

      ଆମ ଦେଶ ଚନ୍ଦ୍ରଯାନ

ଫଟୋ ଦେଖି ଖୁସି ମଉଳି ଯାଇଛି

     ବିରସ ହୋଇଛି ମନ।


ଦୂର ପାହାଡ ସୁନ୍ଦର ପରି

      ମାମୁଁ ଘର କେତେ ଯେ ସୁନ୍ଦର

କେତେ ଖାଲଖମା ପାହାଡ଼ରେ ଭର୍ତ୍ତି

     ବାସ୍ତବରେ ଦିଶେ ଅସୁନ୍ଦର ।


ଧୂଳିମାଟି ଭର୍ତ୍ତି ମାମୁଁ ଘରେ ପୁଣି

     ଅଛି ପଥର ଚଟାଣ 

ବଞ୍ଚିବା ପାଇଁ ନାହିଁ କିଛି ଯେ ସାଧନ

    ନାହିଁ ପାଣି ଅମ୍ଳଜାନ।


ଜୀବନର ସତ୍ତା ନାହିଁ ତ ସେଠାରେ

      କିପରି ବଞ୍ଚିବ ଜୀବନ

ଯେତେ ଯାହା ନିମନ୍ତ୍ରଣ କଲେ ଜହ୍ନମାମୁଁ

     ନ ଲାଗେ ଯିବାକୁ ମନ।


ଭାଇ ଭଉଣୀର ଅତୁଟ ବନ୍ଧନ

      ରକ୍ଷା ବନ୍ଧନ ଯେ ସାର

ଭାଇର କର୍ତ୍ତବ୍ୟ ଭଉଣୀର ରକ୍ଷା

     ଚାରିପଟେ ମାମୁଁ ଘୂରୁଅଛି ବାରମ୍ବାର ।


ନାହିଁ ମାମୁଁଠାରୁ କଣା ମାମୁଁ ଭଲ

    ହେଉ ପଛେ ଅସୁନ୍ଦର 

ପ୍ରିୟ ଜହ୍ନମାମୁଁ ଆମ ପାଇଁ ଭଲ

    କରି ନାହିଁ କେବେ ପର।



Rate this content
Log in

Similar oriya poem from Abstract