Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudarsan mahapatra

Classics

3  

sudarsan mahapatra

Classics

ଆମ ଗାଆଁରେ ଶୀତ

ଆମ ଗାଆଁରେ ଶୀତ

1 min
191



କାକର ସ୍ନାତ ଜରତୀ ଶୀତ ଆସିଛି ଆମ ଗାଆଁ 

ଶିହରି ଉଠେ ପୋଖରୀ ତୁଠେ ଦେହ ଛାଆଁକୁ ଛାଆଁ

ବଗିଚା ଭ୍ରମେ ଫୁଲଙ୍କୁ ଚୁମେ ରଙ୍ଗୋଲି ପ୍ରଜାପତି 

କୁହୁଡି ଫାଙ୍କେ ସୁରୁଜ ଆଙ୍କେ ଖୁସି ବର୍ଣ୍ଣାଳି ଝୋଟି ।।


ନଦିଏ ଧରା କଅଁଳ ଖରା ସଅଳ ଯାଏ ଖସି

ଖଳା ଅମାରେ ସାଇତେ ଧିରେ ସୁନା ଫସଲ ଚାଷୀ 

ମାଣ ଖଟୁଳି ନୈବେଦ୍ୟ ଥାଳି ଲକ୍ଷ୍ମୀ ପୁରାଣ ଗୀତ 

ବିଧି ବିଧାନେ ପର୍ବ ପାଳନେ ମୋ ଗାଆଁ ମୁଖରିତ ।।


ଲହଡି ଭାଙ୍ଗେ ପବନ ସଙ୍ଗେ ସୁନା ସୋରିଷ ଗୋରୀ

ରୂପା ଖରାରେ ଦେହ ପଖାଳେ ଆନନ୍ଦ ମନେ ଭରି,

ବ୍ରାହ୍ମଣୀ ନଇ କୂଳକୁ ଛୁଇଁ ହେମାଳ ବାଆ ବହେ

ହେଁସ କତରା ପଡଇ ଲୋଡା ଶୁଭିଲେ ହୁକେ ହୋଏ..!!


ମୋ ଗାଁ ମନେ ଶୀତ ଯେ ଭରେ ଖୁସିର ସାତରଂଗ

ପ୍ରତି ପ୍ରାଣରେ ଶୀତ ପରଶେ ଅଶେଷ ଅନୁରାଗ ।।



Rate this content
Log in

Similar oriya poem from Classics