Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu kumar Meher

Fantasy Abstract

3  

Santanu kumar Meher

Fantasy Abstract

ଆଲୁଅ

ଆଲୁଅ

1 min
301



ଛମ ଛମ ତମ,

ପାଦର ଘୁଙ୍ଗୁର-

ନିଦ ମୋ ହଜାଇ ଦେଉଛି ।

ସଂଜ ହେଲେ ନୀତି

ତମେ ଆସି ଯାଅ ,

ଘର ଭିତରଟା-

ଚକ ମକ କରି ଚେଇଁଛି ।।୧।।

ସୁନୀଳ ଗଗନେ

ଜ୍ୟୋସ୍ନାର ହସ-

କେତେ ଯେ ଲାଜେଇ ଯାଉଛି ।

ତମେ ଧିରି ଧିରି,

ସ୍ୱପ୍ନରେ ଆସିଲେ-

ନିଦ ମୋର ଭାଙ୍ଗି ଯାଉଛି ।।୨।।

ଗବାକ୍ଷ ଫାଙ୍କରେ 

ମଳୟ ବୋହିଲେ -

ପ୍ରକୃତି ବିଭୋର ହେଉଛି ।

ତମ ରୂପ ରଙ୍ଗ, 

ମୋ ସମ୍ମୁଖରେ-

ଆଲୁଅରେ ଖାଲି ଭାସୁଛି ।।୩।।

ତମେ ଗଲା ପରେ,

ନିରୋଳା ଆଖିରେ-

ଆଲୁଅ ବି ଲୁଚି କାନ୍ଦୁଛି ।

ଭିଜା ଭିଜା ମନ,

ଭାବନାରେ ଝୁରି-

ତମକୁ ପ୍ରତୀକ୍ଷା କରିଛି ।।୪।।


Rate this content
Log in

Similar oriya poem from Fantasy