ଆଖି ଥାଇ ମଧ୍ୟ ଅନ୍ଧ
ଆଖି ଥାଇ ମଧ୍ୟ ଅନ୍ଧ
କାମାତୁର ଜନ ଆଖି ଥାଇ ଥାଇ ଅନ୍ଧ
ତାହାରି ଆଖିରେ ସୁନ୍ଦରତା ଦିଶେ ମନ୍ଦ ।
ଭଲକୁ ଖରାପ ଖରାପକୁ ଭଲ ଲାଗେ
କଥାରେ ଅରାଜି ବହୁ ଧପବାଜି ସୃଜେ ।
କ୍ରୋଧ ହିଂସା ଦ୍ୱେଷ ପ୍ରଭୃତି ଦୂଷିତ ଭାବ
ତାହାଠି ରହଇ ଅତି ଖରାପ ସ୍ୱଭାବ ।
କଦର୍ଯ୍ୟତା ତାକୁ ଭଲ ଲାଗେ ନିତି ସଦା
କଥାରେ କଥାରେ ଅତି କ୍ରଧେ ମାରେ ଚିଲ୍ଲା ।
ସମାଜରେ ନିଜ ପ୍ରଭାବ ପକାଇ ଚାଲେ
ନାନାଦି ଅଦ୍ଭୁତ ନୃଶଂସ ଲୀଳା ବିରଚେ ।
ସହି ବା ସଂଭାଳି ପାରେ ନାହିଁ ସେହି କେବେ
ନିରତ ଉନ୍ମତ୍ତ ଥାଏ ପ୍ରଚଣ୍ଡ ଗରବେ ।
କାମନା ପୂରଣ ନହେଲେ ବହୁ ଜିଙ୍ଘାସା
ଘେନି ନାନା କ୍ଷତି ସାଧନ ଲାଗି ସହସା ।
ଦୁଷ୍ପ୍ରବୃତ୍ତିରେ ସେ ରତ ଦୁର୍ବାର ଲାଳସା
ମେଣ୍ଟି ନାହିଁ କିନ୍ତୁ ହୋଇ ଥାଏ ଲୋକ ହସା ।
ଦୁର୍ଗୁଣ ଆହ୍ୱାନ ଘେନି କରେ ଦୁରାଚାର
ଦୁର୍ବାର ଲାଳସା ଅନଳ ଜଳେ ପ୍ରଖର ।
କାମନାର ସ୍ପୃହା ଆହା କେଡେ ଭୟଙ୍କର
ବହୁ ନୀରିହ ଓ ନିଷ୍ପାପ ତାର ଶିକାର ।
ହୋନ୍ତି ହନ୍ତସନ୍ତ କରି ଅବିରତ ମାରେ
ଅଲାଜୁକ ଭାବେ ବଞ୍ଚଇ ବୃଥା ସଂସାରେ ।
ଦୁରନ୍ତ ପିପାସା ପୀଡ଼ିତ ହୋଇ ତା' ମନ
ଆଖି ଥାଇ ଥାଇ ଅନ୍ଧ ଭାବରେ ଜୀବନ ।
ଯା ପାଇଁ ସେ ନିତି ନାନା କୁକର୍ମ ସାଧିଣ
ବିଭୀଷିକା କମ୍ପେ ଶଙ୍କିତ ସବୁରି ପ୍ରାଣ ।
କରି ଚାଲି ଥାଏ ମଣିଷ ଜୀବନ ଯାତ୍ରା
ଜନ ସମାଜରେ ବଢେ ତାର ପାପ ମାତ୍ରା ।
ଆଖି ଥାଇ ଅନ୍ଧ ସାଜି ବହୁ ମନ୍ଦ ବୁଦ୍ଧି
କରି ଚାଲି ଥାଏ ଆପଣା ସମୃଦ୍ଧି ବୃଦ୍ଧି ।
କିନ୍ତୁ ଦିନେ ତାର ନୟନ ନ ଫିଟେ କାହିଁ
ତୀବ୍ର ପିପାସାର ଭୟଙ୍କର ପରିଣତି ।