STORYMIRROR

Prahallad Sahoo

Abstract Classics Fantasy

4  

Prahallad Sahoo

Abstract Classics Fantasy

ଆଖି, ନିଦ ଓ ସପନର ଖୁସି

ଆଖି, ନିଦ ଓ ସପନର ଖୁସି

1 min
305

ନିଦ ଖୋଜୁଛି ଖୁସି, 

ଖୁସି ବାଣ୍ଟୁଛି ନିଦ ମାଉସୀ ।

ସପନ ବିଭୋର ଆଖି 

ଉଦାସରେ ଭିଜି ଯାଉଛି।

ଘଡିକର ରାସ୍ତା - ଘରୁ ଦପ୍ତର ଯାଏ

ମେଟ୍ରୋ ଟ୍ରେନରେ ପାଦ ରଖିବାକୁ ଜାଗା ନିଅଣ୍ଟ

ତାରି ଭିତରେ ଟିକିଏ କେଉଁଠି କୋଣ ମିଳିଗଲେ

ମନକୁ ଆସ୍ବସ୍ତି ଆସେ,

ଅବଶ ଶରୀରଟା ବି ଅଳସ ଭାଙ୍ଗେ,

ଅପରିପୂର୍ଣ ନିଦ ଗୁଡାକ

ସୁଯୋଗ ଦେଖି ମାଡି ବସନ୍ତି

ସେ କ୍ଳାନ୍ତ ଭରା ଶରୀରଟାକୁ ।

ଏ ନିଦ ବି ଏମିତି ଯେ

ରାସ୍ତା ଘାଟ, ଗାଡି ଘୋଡା କିଛି ମାନେ ନାହିଁ;

ଯେଉଁଠି ଟିକିଏ

ନରମ ଛାଇ, ଗରମ ରେଜେଇ

ଆଖିଡୋଳା ଲୁଚେଇବାକୁ ମିଳିଯାଏ 

ଆଉ କାହାର ପରଛାଇ

ସେଇଠି ଆଖିକୁ ସାଥୀ କରିନିଏ।

ଅପବାଦ, ଲୋକ ନିନ୍ଦାର ଜଳୁଥାଏ ଆଖି

ଚାରିଆଡେ ଗୋଟିଏ କଥା

ସିଏ ପରା ଗୋଟେ ନିଦୁଆ ଲୋକଟା 

ବିଚରା ନିଦ ମାଉସୀ, କେମିତି ବାଣ୍ଟିବ ଯେ ଖୁସି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract