ଆକାଶ କଇଁଆ ଚିଲିକା ମାଛ
ଆକାଶ କଇଁଆ ଚିଲିକା ମାଛ
ଆଖିରେ ସଵୁ ଦେଖୁଛେ, ଅନ୍ୟର
ଭଲ ଓ ମନ୍ଦ କାମକୁ,
ଦେଖୁଛେ ଅନ୍ୟର ଭୁଲ୍ ଗୁଡିକୁ, ନିଜର
ଭଲ ଓ ଭୁଲ୍ କୁ ।
ଅନ୍ୟର କିଛି ଭୁଲ୍ କୁ ସବୁ କହୁଛେ
ବଡ ପାଟିରେ,
ନିଜର ଭୁଲ୍ କୁ ଜାଣି ରଖୁଛେ ନିଜ
ଅନ୍ତର ଭିତରେ ।
ଥାଆନ୍ତା ଯଦି ମନ ମଧ୍ୟରେ ସରଳତା
ସୁଶିକ୍ଷା ସଂସ୍କାର
ଛୁଆ ଦିନୁ ସମାଜେ ଶିକ୍ଷା କରିଥିଲେ
ନିର୍ଭୀକ ହେବାର ।
ନିଜ ଦୋଷ ଗୁଡିକୁ ସେଇ ଲୋକ
ଲୁଚାଇ ନଥାନ୍ତି
ଦୋଷ ଗୁଡିକରୁ ଶିଖି ସେ ସବୁ
ସଜାଡି ଥାଆନ୍ତି ।
କିଛି ମଣିଷ ହୃଦୟେ ଲୁଚାଇଥାନ୍ତି
ଅନନ୍ତ ଯାତନା
ସର୍ବଂସହା ହୋଇ ନିଜ କୋହରେ
ରୁହନ୍ତି ଅଜଣା ।
ସରଳ ସତୁଆ ମଣିଷ ପାଇବେନି
ଭୋଟ, ଏ ଗଣତନ୍ତ୍ରରେ
ନୋଅଟ ଦେଇ ସେ କଅଣ ଭୋଅଟ
କିଣି ପାରିବେରେ ।
କିଛି ବ୍ୟକ୍ତି, ମିଛକୁ ଜାଣି ପରା ଭାରି
ପସନ୍ଦ କରନ୍ତି
ସର୍ବଦା ସତ ପଥର ମଣିଷଠୁ
ଦୂରେଇ ଯାଆନ୍ତି ।
ସେହି ଲୋକ ମାନଂକର ନଥାଏ
ମାନ କି ସମ୍ମାନ
ଗର୍ବ, ହିଂସା ଅହଂକାର ତା'ର ତ
ଶ୍ରେଷ୍ଠ ଭୂଷଣ ।
ଭୁଲ୍ ଜାଣିଛି, ଜାଣି ତ ସେ ସର୍ବଦା
ରହେ ଅଜଣା
ସେ ଅନୁତାପ କରିବ, ଭାବିବାଟା
ଖାଲି ବୃଥା ସିନା ।
ସେପରି ଲୋକ ଜନତାର ସେବା,
କରିବେ କପରି
ଭୋଅଟ କିଣି ନେତା ହୋଇଛି ସୁନ୍ଦର
ସପନ ଆସିବନି ତ ଫେରି ।
ସେ ସୁନାମି ଉଠିଛି ଏ ଭାରତରୂପୀ
ସାଗର ବୁକୁରେ
ସୁନ୍ଦର ସମାଜ ଗଠନ, ଆକାଶ କଇଁଆ
ଚିଲିକା ମାଛ, ଆମ ମନରେ ।