ଆକାଶ ବି ଲାଗେ ଗୋଲାପି ଗୋଲାପି
ଆକାଶ ବି ଲାଗେ ଗୋଲାପି ଗୋଲାପି
ଆକାଶ ବି ଲାଗେ ଗୋଲାପି ଗୋଲାପି
କଳଙ୍କ ଦିଶୁନି ଜହ୍ନେ
ସାଗର ଲାଗୁଛି ପ୍ରୀତି ଶେଜ ପରି
ଉନ୍ମାଦନା ଜାଗେ ମନେ।
ରାତ୍ରିର କାଳିମା ପ୍ରିୟ ଲାଗେ ଆଜି
ଏକାନ୍ତ ଚାହେଁ ମୋ ମନ
କାହିଁକି କେଜାଣି କେଉଁ ଦୃଶ୍ୟରେ ଯେ
ସିଂହରି ଯାଉଛି ତନ।
ବିଞ୍ଚିଲା କି କେହି ମୋ ରାସ୍ତାରେ ଫୁଲ
ସବୁ ଫୁଲକିତ ବାସେ
ମନ ମୋ ଝୁମୁଛି ନୂଆଁ ଅନୁଭବେ
ପବନର ଗୀତ ରସେ।
କାକ ସ୍ୱରରେ ବି ମଧୁରତା ଖୋଜେ
ଧୂଳି ଲାଗେ ଫଗୁ ପରି
କିଏ କେଉଁ ରଙ୍ଗ ବୋଳିଦେଲା ହାଏ
ମନ ମୋର ଗଲା ହାରି।
ସୂର୍ଯ୍ୟଙ୍କ ଉତ୍ତାପ ତାପହୀନ ଲାଗେ
କୋଳାହଳ ଶୁଭୁନି ମତେ
ସଂସାର ଲାଗୁଛି ସୁନ୍ଦର ସୁନ୍ଦର
ବୋଧେ ପ୍ରେମ ହୋଇଗଲା ମତେ।

