STORYMIRROR

Papu parida

Romance Others

4  

Papu parida

Romance Others

ଆକାଶ ବି ଲାଗେ ଗୋଲାପି ଗୋଲାପି

ଆକାଶ ବି ଲାଗେ ଗୋଲାପି ଗୋଲାପି

1 min
163


ଆକାଶ ବି ଲାଗେ ଗୋଲାପି ଗୋଲାପି

କଳଙ୍କ ଦିଶୁନି ଜହ୍ନେ

ସାଗର ଲାଗୁଛି ପ୍ରୀତି ଶେଜ ପରି

ଉନ୍ମାଦନା ଜାଗେ ମନେ।


ରାତ୍ରିର କାଳିମା ପ୍ରିୟ ଲାଗେ ଆଜି

ଏକାନ୍ତ ଚାହେଁ ମୋ ମନ

କାହିଁକି କେଜାଣି କେଉଁ ଦୃଶ୍ୟରେ ଯେ

ସିଂହରି ଯାଉଛି ତନ।


ବିଞ୍ଚିଲା କି କେହି ମୋ ରାସ୍ତାରେ ଫୁଲ

ସବୁ ଫୁଲକିତ ବାସେ

ମନ ମୋ ଝୁମୁଛି ନୂଆଁ ଅନୁଭବେ

ପବନର ଗୀତ ରସେ।


କାକ ସ୍ୱରରେ ବି ମଧୁରତା ଖୋଜେ

ଧୂଳି ଲାଗେ ଫଗୁ ପରି

କିଏ କେଉଁ ରଙ୍ଗ ବୋଳିଦେଲା ହାଏ

ମନ ମୋର ଗଲା ହାରି।


ସୂର୍ଯ୍ୟଙ୍କ ଉତ୍ତାପ ତାପହୀନ ଲାଗେ

କୋଳାହଳ ଶୁଭୁନି ମତେ

ସଂସାର ଲାଗୁଛି ସୁନ୍ଦର ସୁନ୍ଦର

ବୋଧେ ପ୍ରେମ ହୋଇଗଲା ମତେ।




Rate this content
Log in

Similar oriya poem from Romance