ଆଜିର ନାରୀ
ଆଜିର ନାରୀ


ନାରୀ ତୁ...
ସବୁଥିରେ ଶ୍ରେଷ୍ଠ
ଦୁନିଆକୁ ଆଲୋକ ଦେଖାଉ ତୁ ସ୍ରଷ୍ଟା
ଜୀବନର ପ୍ରଥମ ଆଉ ପ୍ରଧାନ ଗୁରୁ
ସବୁ ଜାଣି ମନ ବୁଝୁଥିବା ବନ୍ଧୁ
ତ୍ୟାଗ ଆଉ ନିଃସ୍ୱାର୍ଥ ସେବା କରି
ଆଶୀର୍ବାଦ ଅଜାଡି ତୁ ଦେବୀ
ପ୍ରତ୍ୟେକ ସଂଘର୍ଷର ତୁ ସାଥୀ
ସବୁ ଆଶାର ତୁ ଆଶରା
ସବୁ ସ୍ବପ୍ନର ତୁ ସାହାରା
ତୁ ବନ୍ଦିନୀ ନୁହେଁ
ତୁ ଶାସ୍ତି ଦେଇପାରୁ କ୍ଷମା କରିପାରୁ
ବିଶ୍ୱାସ ତୁ ନିଶ୍ୱାସ ତୁ
ସମ୍ପର୍କରେ ଭରସା ଭରି ପାରୁ
ହେ ଆଜିର ନାରୀ.....
ଆଜି ଆକାଶ ଛୁଆଁ ତୋର ସ୍ବପ୍ନ
ଯେଉଁ ହାତ କରଚୁଲି ଧରୁଥିଲା
ସେହି ହାତ କମାଣ ଓ ତୁଳୀ ଧରିଛି
କଲମ ଆଉ ତ
ୀର ଚଳାଉଛି
ତୁ କେବେ ଡ଼ରିବୁନି କି ହାରିବୁନି
ପାଦରେ ପାଦ ମିଶାଇ ଚାଲିବୁ
ସ୍ୱାର୍ଥ ପାଇଁ ସ୍ୱାଭିମାନ ବଳି ଦେବୁନି
ଶୃଙ୍ଖଳିତ ହେବୁ ସ୍ବେଛାଚାରି ହେବୁନି
ସତ୍ୟରୁ ଓହରି ଯିବୁନି
ପ୍ରୟାସ ଜାରି ରଖୁଥିବୁ
ଅଧିକାର ହରେଇ ଦେବୁନି
ତୁ ମହାନ ମହିୟସୀ
ନିର୍ଭୀକ ନିର୍ଲୋଭୀ ସଚ୍ଚୋଟ
ନିଷ୍ଠାପର ନିରପେକ୍ଷ ହୋଇ
ସଂସାରର କଲ୍ୟାଣ ପାଇଁ
କଲ୍ୟାଣମୟୀ ତୁ
ସମସ୍ତଙ୍କ ପାଇଁ ପ୍ରେରଣା ସାଜୁ ଥା
ସବୁଯୁଗରେ ସର୍ବତ୍ର ପୂଜା ପାଇ
ଭଗବାନ କେଶବଙ୍କୁ ପ୍ରିୟ ସଖା କରି
କୃଷ୍ଣଙ୍କ ପ୍ରିୟ ସଖୀ କୃଷ୍ଣା ହୋଇ
ସବୁ ସଫଳତାର ଶ୍ରେୟ ପାଉଥା
ଶ୍ରେୟ ପାଉଥା ।।