STORYMIRROR

Manorama Mohanty

Abstract

3  

Manorama Mohanty

Abstract

ବ୍ୟର୍ଥ ଜୀବନ

ବ୍ୟର୍ଥ ଜୀବନ

1 min
358

ଏଇ ଧରା ବକ୍ଷେ  ଜନମିଛି ସିନା 

      ମାନବର ରୂପ ନେଇ 

ବୁଝିନାହିଁ କେବେ ଜୀବନର ମୂଲ୍ୟ 

      ଦୁନିଆଁକୁ ଚିହିଁ ନାହିଁ ।


ଜାଣେନା କିଏ ସେ ଆପଣାର ମୋର 

      କିଏ ଅଟେ ଅବା ପର 

କାହାକୁ ବାଛିବି କିଏ ମୋ ଜୀବନେ 

      ଭରିବ ସୁଖ ସମ୍ଭାର ।


ଯାହାକୁ କହେ ମୁଁ ତୁ ମୋ ନିଜର 

     ସେ ପୁଣି ଦୂରେଇ ରହେ 

ମନେ ଥାଏ ଯେତେ ଅଫୁରନ୍ତ ସ୍ବପ୍ନ 

      ସରି ସରି ସବୁ ଯାଏ ।


ଯେଣେଚାହେଁ ଦେଖେଦୂର ଦିଗନ୍ତରେ 

     ମରୁମରୀଚିକା ଖାଲି 

ଧାଇଁ ତା ପଛରେ ତୃଷ୍ଣା ମେଣ୍ଟେ ନାହିଁ 

     ଅନ୍ତର ଉଠଇ ଜଳି ।


ଫେରି ଆସେ ଦୁଖେ ସାଥୀହରାହୋଇ 

         ଆନପଥେ ଯିବା ପାଇଁ 

ସେ ପଥେ ବି ଦେଖେ ନିର୍ଜନ ସୈକତ 

      ଦୁଃଖର ଉଜାଣି ନଈ ।


କ୍ରୋଧ ଆକୁଳରେ ପ୍ରାଣଟା ମୋହର 

      କରେ ଉଚ୍ଚ ହାହା କାର 

ମନେ ଭାବେ କାହିଁ ରକ୍ତ ମାଂସ ଦେଇ 

      ଗଢିଲେ ମୋତେ ଈଶ୍ୱର ।


ଜନ୍ମ ଦେଇ ଯେବେ କଲବଲ କଲେ 

     ମଣିଷର ମନ ପ୍ରାଣ 

ଲାଭ କଣ ତେବେ ବଞ୍ଚି ରହିବାର 

     ଧରି ଏ ବ୍ୟର୍ଥ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract