Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract

3  

Chittaranjan Nanda

Abstract

ଜୱାଦ ଛାନିଆ

ଜୱାଦ ଛାନିଆ

1 min
401



ଛାନିଆଁ କରୁଛି ମିଡିଆ, ମାଇକ୍ 

ପ୍ରଚାର ଶୁଣି

ମନେ ଅଛି ଭୟ, ଜୱାଦ ବାତ୍ୟା 

ଆସିବ ପୁଣି ।


ହେଉଥାଉ, ବଡ ନେତା, କୁଜି 

ନେତା ଯେତେ

ବାଧିବ, ଠକନ୍ତୁ ସମୟର ଦ୍ୱାହି ଦେଇ, 

କରନ୍ତୁ ଛଳନା କେତେ ।


ଧନ, ଜନ ଓ ଯୌବନ, ନୁହେଁ 

କେହି ଚିରସ୍ଥାୟୀ

କିଆଁରେ ମନୁଷ୍ୟ, ମନରେ 

କରୁଛୁ ତୁଛା ବଡାଇ ।


ସଂସ୍କାର, ସଂସ୍କୃତି, ଚଳଣି ପାଇଁ 

କରୁଛୁ ଗରବ

କଥା କହୁ ପରମ୍ପରା ପୁରାଣର 

ସେନେହ ଭାବ ।


ରାମାୟଣ, ଲକ୍ଷ୍ମୀ ପୁରାଣ, ଗୀତା 

ଓ ମହାଭାରତ

ପଢୁ, ଭାଗବତ ଚଣ୍ଡୀ ପୁରାଣ, ବେଦ,

ବିଷ୍ଣୁ ଚରିତ ।


କେମିତିକା ତୋର ଭାବ, ପୁଂଜି ପାଇଁ 

କରୁ ଲୋଭ,

ବୁଝୁନୁ ଜମାରୁ ଭଲ ମନ୍ଦ, ବୁଝୁନୁ କଅଣ 

ହାନି ଲାଭ ।


ପ୍ରକୃତି ସଙ୍ଗେ କରୁଛୁ ଖେଳ, ବିପଦ ତ 

ଆସିବ ମାଡି

ନଶିଖୁ, ଦିନ କେଇଟାରେ ତୋର ସବୁ 

ନେଇ ଯିବ ଭିଡି ।


Rate this content
Log in

Similar oriya poem from Abstract