ଆଜିର ଗଣେଶ ପୂଜା
ଆଜିର ଗଣେଶ ପୂଜା
ବିଦ୍ୟା ନିକେତନ ସୁନିର୍ମିଳ ହୁଏ
ସଜା ଯେ କାଗଜ ଫୁଲେ
ଅସଲ ଫୁଲର ବାସ୍ନା ହଜି ଅଛି
ଏଇ ଫୁଲେ କାମ ଚଳେ ।
ଆମ୍ବ ଡାଳର ଯେ ତୋରଣ ଦିଶୁନି
ହେଉଛି ଗଣେଶ ପୂଜା
ସ୍କୁଲ କମିଟି ମତାନ୍ତର ଦେଖି
ସିଦ୍ଧାନ୍ତ ନେବାରେ ବାଧା ।
ଗଣପତି ଙ୍କର ମଣ୍ଡପରେ ଭିଡ଼ି
ପ୍ରତି ଯୋଗୀତା ଚାଲିଛି
କିଏ କେତେ ବଡ଼ ମୂର୍ତ୍ତି ଆଣି ଅଛି
ସେ ଆଲୋଚନା ଚାଲିଛି ।
ଚାନ୍ଦା ଭେଦା କରି ଗଣେଶ ବସାଇ
ପୂଜାର ଆସର ଚାଲେ
ଭକତି ଭାବନା ଆନମନା ହୋଇ
ଶୋଇଛି ଭୋଜି ଭାତରେ ।
ପୂଜାର ମାହଲେ ହୋ ହାଲ୍ଲା ଅଛି
ଭୋଗ ଡାଲିଆ ର ଭିଡ଼
ଶ୍ରଦ୍ଧା ଭାବ କାହିଁ କୁଆଡେ ବୁଲଇ
ବୁଲେ ଦେଖାଣିଆ ଭାବ ।
ବିଦ୍ୟା ନିକେତନ ଦୁଇ ଦିନେ ପରେ
ଗଣପତି ଙ୍କର ପୂଜା
ହେଲେ ମଣ୍ଡପରେ ସାତଦିନ ଚାଲେ
ଯୁବକ ମାନଙ୍କ ମଜା ।
ମୂର୍ତ୍ତି ବିସର୍ଜନେ କେତେ ଆଡମ୍ବର
କାନ ଅତଡା ପଡ଼ଇ
ଶବ୍ଦ ପ୍ରଦୁଷଣ କଥା କେ ଭାବୁଛି
ଘଣ୍ଟ ତୁରୀ ଯେ ହଜିଛି ।
ପୂଜାର ମାହାଲେ ସ୍ତୋତ୍ର ମନ୍ତ୍ର ଆଉ
ଭଜନ ଜଣାଣ କାହିଁ
ଅଜବ ଗୀତରେ ଗଜବ ନୃତ୍ୟ ଯେ
ମୂର୍ତ୍ତି ବିସର୍ଜନ ପାଇଁ ।
କାନ ଫଟା ଶବ୍ଦ ଯୁବ ପିଢି ଙ୍କର
ଗୋଡ଼ ପଡୁଛି ଉଠୁଛ
ଧୂପ ଦୀପ ଗନ୍ଧ ଦୂରେଇ ଯାଇଛି
ମଦର ଗନ୍ଧ ଛୁଟୁଛି ।
ଭକ୍ତିର ନୈବେଦ୍ୟ ଆତ୍ମାହୁତି ଦିଏ
ଶ୍ରଦ୍ଧା ଅଛି ବହୁ ଦୂରେ
ନିଜର ବାସନା ପୁରଣ କାରଣ
ଗଣପତି ପୂଜା କରେ ।
ସଦବୁଦ୍ଧି ଦିଅ ହେ ଜ୍ଞାନର ଠାକୁର
ମନକୁ ନିର୍ମଳ କର
ଯୁବ ପ୍ରାଣେ ଭର ଜ୍ଞାନର ଗାରିମା
ଅଧୋପତନୁ ଉଦ୍ଧାର ।
