Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Inspirational

4.8  

Gobinda Chandra Sethi

Abstract Inspirational

ଆଜି ଅଗଷ୍ଟ ପନ୍ଦର

ଆଜି ଅଗଷ୍ଟ ପନ୍ଦର

1 min
416


ଆଜି ଅଗଷ୍ଟ ପନ୍ଦର

ଚାଲି ଯାଇଅଛି ଫିରିଙ୍ଗି ଶାସନ

ଦେଶ ସ୍ୱାଧୀନ ଆମର l

ଥିଲା ସେ ଅହିଂସା ରଣ

ଦେଶ ପାଇଁ କେତେ ଦେଲେ ବଳୀଦାନ

ଆଜି ହେଜ କରୁ ସେହି ଦିନ l

ସ୍ୱାଧୀନ ଭାରତ ଦେଶ

ଆଧୁନିକ ଯୁଗ ଆମେ ନାଗରିକ

ଧନ୍ୟ ଓଡିଶା ପ୍ରଦେଶ l

ଆମର ବାଜିଆ ଟୋକା

ଘାଟ ଛାଡ଼ିଲାନି ଫିରିଙ୍ଗି ସିପାହୀ 

ଖାଇଲା ଗୁଳୀ ଫୋଟକା l

ଧନ୍ୟ ଆମ ଲକ୍ଷ୍ମୀ ଦେବୀ

ଆଜାଦ୍ ହିନ୍ଦ୍ ର କନିଷ୍ଠ ସୈନିକ

ଗର୍ବ ଲାଗୁଅଛି ଭାଵି l

ଆମ ଓଡ଼ିଆ ସୁବାସ

ଆଜାଦ୍ ହିନ୍ଦ୍ ର ସେ ମହା ନାୟକ

ରଚିଛନ୍ତି ଇତିହାସ l

ଥିଲେ ବକ୍ସି ଜଗବନ୍ଧୁ

ପାଇକ ଯୁଦ୍ଧରେ ଘାଇଲା ଇଂରେଜ

ଲଙ୍ଘି ଥିଲେ ମହା ସିନ୍ଧୁ l

ପାରିଲେ ନି କେହି ବାନ୍ଧି

ଇଂରେଜ ସରକାର ହାର ମାନିଲେ

କରିଥିଲେ ସଙ୍ଗେ ସନ୍ଧି l

ହେଜ ରାଜଗୁରୁ ଜୟୀ

ଗରିଲା ଯୁଧ୍ୟରେ କଲା ପ୍ରତିହତ 

ସବୁଠି ଥିଲା ବିଜୟୀ l

ଇଂରେଜ ବିଶ୍ୱାସ ଘାତ

ବରଗଛ ଡାଳେ ସହୀଦ ହୋଇଲେ 

ନ ଥିଲା ମନରେ ଭୀତ l

ଧରି ଚାଖି ହାତେ ଅସ୍ତ୍ର  

ଝାନ୍ ସୀ ରାଣୀର ଯୋଦ୍ଧା ପୁରୋହିତ 

କରିଥିଲା ଭୀତତ୍ରସ୍ତ l

ଦେଖ ତ ଧରଣୀ ଧର 

ଭୁଇଆଁ ମେଳିର ସେ ମହା ଜନକ 

ଜନ ଜାତିଙ୍କର ବୀର l

ପଶ୍ଚିମ ଓଡିଶା ସୁର

ଦୋହଲାଇ ଥିଲା ଫିରିଙ୍ଗି ଶାସକ 

ହାତେ ଧରି ଖଡ୍ଗ ତାର l

ଧନ୍ୟ ମୋ ଓଡିଆ ବୀର 

ସ୍ୱାଧୀନ ସଂଗ୍ରାମେ ସେ ମହା ନାୟକ

ଶରୀରେ ତା'ରକ୍ତ ଧାର l

ଆଜି ନେଉଛୁ ଶପଥ

ଘରେ ଘରେ ଆଜି ଉଡାଇ ତ୍ରିରଙ୍ଗା

ଧାଇଁବୁ ତାଙ୍କରି ପଥ l


Rate this content
Log in

Similar oriya poem from Abstract