ଆଦର
ଆଦର
ସ୍ନେହ ମମତାର ବିନା ଆଦରରେ
କେ କାହା ଘରକୁ ଯାଏ
ଆଦର ନ ଥିବା ଜାଗାରେ ଭୋଜନ
କିଏ ଅବା କରି ଥାଏ ?
ଆଦର ଯେଉଁଠି ରହିଥାଏ ସେଠି
ସମ୍ମାନ ବି ରହିଥାଏ
ଏଇ ସମ୍ମାନର ପାଇଁ ଏ ମଣିଷ
ସମ୍ପର୍କ ରଖିଣ ଥାଏ ।
ମାଆର ଆଦର ଭୁଲି ତ ହୁଏନା
ପିଲା ଖୋଜୁ ଥାଏ ନିତି
ଯେଉଁଠି ସେନେହ ଆଦର ପାଆନ୍ତି
ସେଇଠି କି ସିଏ ଯାନ୍ତି ।
ଆଦର କରିଲେ ପଶୁ ପକ୍ଷୀ ପୁଣି
ସାଥିରେ ସର୍ବଦା ଥାନ୍ତି
ବିନା ଆଦରରେ ସମ୍ପର୍କ ଯେ ଭଙ୍ଗେ
ପାଖରୁ ଦୂରେଇ ଯାନ୍ତି ।
ଆଦର ନ ଥିଲେ ମିତ୍ର ଦିନେ ପୁଣି
ଶତ୍ରୁ ବି ପାଲଟି ଯାଏ
ଶତ୍ରୁଟିଏ ଯଦି ଆଦର ସେ ପାଏ
ମିତ୍ରରେ ଗଣିତା ହୁଏ ।
ଆଦର ଯାହାଠୁ ଯିଏ ପାଇଥାଏ
ସିଏ ତାକୁ ଝୁରି ହୁଏ
ଯେଉଠି ଦେଖିଲେ ଦୁଇ ପାଦ ତାର
ତା ପାଖକୁ ଧାଇଁ ଯାଏ ।
ଶିକ୍ଷକ ଆଦରେ ପାଇଲେ ପିଲାଟି
ଭଲ ଚାଟ ଟିଏ ହୁଏ
ବିନା ଆଦରରେ ଭଲ ପିଲାଟିଏ
ତଳକୁ ଯେ ଯାଇ ଥାଏ ।
ବାପା ମାଆଙ୍କୁ ଆଦର ପାଇଲେ
ପିଲା ପାଖ ନ ଛାଡନ୍ତି
ଆଦର ଯେଉଁଠି ଫିକା ପଡି ଯାଏ
ସେଇଠି ଦୂରେଇ ଯାନ୍ତି ।
ଆଦର ଅଟଇ ଅମୋଘ ଅସ୍ତ୍ରଟେ
ପରକୁ ଆପଣା କରେ
ଆପଣାର ଲୋକ ଆଦର ନ ଥିଲେ
ଚାଲି ଯାଇଥାନ୍ତି ଦୂରେ ।
ଅଢେଇ ଦିନିଆ ଏଇତ ଜୀବନ
ଆଜି ନାହିଁ କାଲି ଯିବ
ସ୍ନେହ ଆଦରର ଏ ସମ୍ପର୍କ ଆମ
ଚିର ଦିନ ରହି ଥିବ ।