ଆଧୁନିକ ନା ପାରମ୍ପାରିକ
ଆଧୁନିକ ନା ପାରମ୍ପାରିକ


କବିତା ଏକ ଫୁଲତୋଡ଼ା
ଶବ୍ଦ ସବୁ ସୁଗନ୍ଧିତ ଫୁଲ
ବୁଝିପାରିଲେ ବାସ୍ନା ଭରା
ନବୁଝିଲେ ଭଲ
ବୁଝିହେଉନଥିବା କବିତାକୁ
ଆଜିକାଲି ଗେଲ
ନିଜ କବିତା ନିଜେ ପଢି
ହୁଏ କେ ବେହାଲ
ଯିଏ ଯାହାଲେଖୁ
ମନଟା ମାହୋଲ
କବିତାର ଫର୍ଦ୍ଦ ଦିଶେ
ଦୂର ନୌକାର ମାସ୍ତୁଲ
କବିତାର ଶବ୍ଦ ବୁଝି
ଆସୁଛି ଅଜବ ଖିଆଲ
ସବୁଧାଡି ପଢ଼ି
ହେବାଠୁ ବେହାଲ
ଦୁଇଧାଡି ବୁଝିଗଲେ
କବିତାଟେ କରିବ ଝଲମଲ
କବିତାବହି ପରି ହୁଲସ୍ତୁଲ
ଫୁଙ୍ଗୁଳା ଗୋଡ଼ ବାଡେ଼ଇଲେ
ବାଜିବ କୁଆଡୁ ପାୟେଲ
କଜ୍ଜଳ ସଜ୍ଜଳ ଆଖିରେ
କବିତା କରେ କମାଲ ଧମାଲ