Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance

3  

Manoj kumar Maharana

Romance

ଆଦୌ ମିଳିବେନି...

ଆଦୌ ମିଳିବେନି...

1 min
333



ଧୋକା ଦେବା ଝିଅ ବହୁତ ମିଳିବେ,

କିନ୍ତୁ ସଚ୍ଚା ପ୍ରେମ କରିବା ଝିଅ

ଖୁବ୍ କମ୍ ମିଳିବେ ।


ଗୋଲାପ ନେବା ଝିଅ ବହୁତ ମିଳିବେ,

କିନ୍ତୁ ଗୋଲାପକୁ ସବୁଦିନ ପାଇଁ

ସାଇତି ରଖିବା ଝିଅ ଖୁବ୍ କମ୍ ମିଳିବେ ।


ପ୍ରତିଜ୍ଞା କରିବା ଝିଅ ବହୁତ ମିଳିବେ

କିନ୍ତୁ ପ୍ରତିଜ୍ଞା ପୁରା କରିବା 

ଝିଅ ଖୁବ୍ କମ୍ ମିଳିବେ ।


ଚୁମ୍ବନ ଦେବା ଝିଅ ବହୁତ୍ ମିଳିବେ

କିନ୍ତୁ ସେ ଚୁମ୍ବନରେ  

ପ୍ରେମ ଥିବା ଝିଅ ଖୁବ୍ କମ୍ ମିଳିବେ ।


କବିତା ଲେଖାଯାଇଥିବା ଝିଅ ବହୁତ ମିଳିବେ

କିନ୍ତୁ ପ୍ରେମିକ ପାଇଁ କବିତା ଲେଖୁଥିବା

ଝିଅ ଖୁବ୍ କମ୍ ମିଳିବେ ।


ପ୍ରେମିକ ସାଥେ ପାର୍କରେ ବୁଲୁଥିବା ଝିଅ ବହୁତ ମିଳିବେ

କିନ୍ତୁ ଝିଅଟିର ହୃଦୟ ପାର୍କରେ 

ପ୍ରେମିକ ସାଥେ ବୁଲୁଥିବା ଝିଅ ଖୁବ୍ କମ୍ ମିଳିବେ ।


ଜଣକୁ ଧୋକା ଦେଇ ଆଉ ଜଣକୁ ଭଲପାଇବା ଝିଅ ବହୁତ ମିଳିବେ

କିନ୍ତୁ ପ୍ରଥମ ପ୍ରେମିକକୁ ଚାହିଁ ଚାହିଁ

ଅବିବାହିତ ରହିଯାଇଥିବା ଝିଅ ଖୁବ୍ କମ୍ ମିଳିବେ ।


ବାରମ୍ବାର ବ୍ଲକ୍ କରୁଥିବା ଝିଅ ବହୁତ ମିଳିବେ

କିନ୍ତୁ ପୁଅଟି ଥରେ ବ୍ଲକ୍ କଲାପରେ 

ଅନବ୍ଲକ୍ କରୁଥିବା ଝିଅ କମ୍ ମିଳିବେ ।


ପ୍ରେମ କରୁଥିବା ଝିଅ ବହୁତ ମିଳିବେ

କିନ୍ତୁ ସଚ୍ଚା ହୃଦୟରୁ ପ୍ରେମ କରୁଥିବା 

ଝିଅ ଖୁବ୍ କମ୍ ମିଳିବେ ।


ମୋର ଗୋଟେ ପ୍ରେମିକ ଅଛି କହୁଥିବା ଝିଅ ବହୁତ ମିଳିବେ

କିନ୍ତୁ ପ୍ରେମିକ ଥିଲେ ମଧ୍ୟ ତୁମ ପ୍ରେମକୁ

ସମ୍ମାନ ଦେଉଥିବା ଝିଅ ଖୁବ୍ କମ୍ ମିଳିବେ ।


"ମଧୁସ୍ମିତା" ପରି ଝିଅ ତ ବହୁତ ମିଳିଯିବେ

କିନ୍ତୁ ମଧୁସ୍ମିତା ବାରମ୍ବାର ମନା କଲା ପରେ ବି

ତାକୁ ଭଲପାଉଥିବା ମାେ ପରି ପୁଅମାନେ ଆଦୌ ମିଳିବେନି ।

 



Rate this content
Log in

Similar oriya poem from Romance