STORYMIRROR

ABADHOOT PANDA

Romance

3  

ABADHOOT PANDA

Romance

ରିମ୍ ଝିମ୍ ବରଷା

ରିମ୍ ଝିମ୍ ବରଷା

1 min
201

କଳା ବାଦଲର ବର୍ଷଣ ଆଜି ଆମ ଧରାରେ

କ୍ଷୁଦ୍ର ଜଳବିନ୍ଦୁର ଟପ ଟପ ଝରେ ସ୍ୱରରେ ll


ମନ କରେ ଉନ୍ମତ୍ତ ଅତି ରଂଜିତ ବପୁ ତାନେ

କାହିଁ କାହିଁ ବ୍ୟକ୍ତି ଗଣ ମାତନ୍ତି ହର୍ଷ ସୁମନେ ll


କୃଷି ଜୀବି ଧରଣୀ ସନ୍ତାନ ଦାନାଦ ସେମାନେ

କରନ୍ତି ବୀଜ ବିକ୍ଷେପ ଭୂମେ ଖୋଳି ହଳ ମୁନେ ll


 କାନ୍ଦେ ପଦ୍ମ ବସି ତଡ଼ାଗେ କଇଁକଇଁ ରଟନାରେ

ଶ୍ରାବଣୀର ଅସର ହୁଏ ଅସହ୍ୟ ସଦା ତାହାରେ ll


କାଳ୍ପନିକ ପ୍ରେମୀ ଜନ ପଦେ ବର୍ଷାତି ପରିଧାନେ

ପ୍ରେମର ପସରା ମେଲାଇ ଯାନ୍ତି ଗପି ସ୍ଵଯାନେ ll


ନବ କିଶୋର କିଶୋରୀ ପ୍ରାଣେ ଭରି ସୁଖ ବରଷା

ଅନେକ ଭବିଷ୍ୟ କଳପନାର ଆଶା ଓ ଭରସା ll


ସ୍ୱଗୃହେ ବରିଷ୍ଠ ଦମ୍ପତ୍ତିଗଣ ଭାଷନ୍ତି ହୃଷ୍ଟ ଚିତ୍ତେ

ଦିଅ ମୁଠେ ମୁଢ଼ି ସୋରିଷ ତେଲ ଗୋଳା ହାତେ ll


ଗାଁ ନଈ କୂଳେ ପେଷାଦାର ନାଉରୀ ପୁଅ ଡାକଇ

ଆସ ଆସ ଯାତ୍ରୀ ଆରପାରିକୁ ନେବି ଭସାଇ ll


ଜଳଚର ଜୀବେ କରନ୍ତି ବିଚରଣ ନଦୀ ଗରଭେ

ଉଭୟଚର ବେଙ୍ଗବେଙ୍ଗୁଲି ବୁଲନ୍ତି ରତି ଗରବେ ll


ପିଣ୍ଡ ଦାତା ବରଷା ଋତୁ ଅଟଇ ମିତ୍ର ଜଗତର

ସୃଷ୍ଟିର ନିୟମ ଡୋରେ ବନ୍ଧା ଥାଏ ଏକ ମାତର ll

     *************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance