ଆବେଗ
ଆବେଗ
ତୁମେ ଆସିଲେ ତୁମ ଚକ୍ଷୁର ସେ ଆବେଗରେ
ମୋ ଅନ୍ତରରେ ଝଲସି ଉଠେ ପ୍ରଣୟ।
ପ୍ରଣୟ ଆବେଗ ଉଦଦ୍ଭାସିତ ନକରି
ଭିତରେ ଭିତରେ ତୁମ ପାଇଁ ମରେ।
କଣ କରିବି ?
ତୁମ ସାମ୍ନାରେ କିଛି ପ୍ରକାଶ କରିପାରେନା
ମନତ ମୋର ଚଳ ଚଞ୍ଚଳ ଥାଏ
ତୁମକୁ କିଛି କହିବା ପାଇଁ
ହେଲେ ବିବେକ ବାଧା ଦିଏ
କିଛି କରିବା ପାଇଁ।
ତୁମେ ଗଲା ପରେ ସାଉଁଟି ବୁଲେ
ତୁମ ଓଠରୁ ଯେଉଁ ସବୁ ହସ ଝଡି ପଡ଼ି ଥାଏ।
ସମୟ ଆଉ ସୁଯୋଗ ଦେଖି
ଆଉ ମୋର ମନକୁ ସ୍ଥିର କରି
ମନର ସବୁ ଦୁର୍ବଳତାକୁ ହଟାଇ
ଚାଲି ଆସିବି ତୁମ ପାଖକୁ।
ତୁମେ ମୋତେ ଯେବେ ଆଲିଙ୍ଗନ କରିବ
ଓଠରେ ଓଠ ଥାପି ସବୁ ଫେରାଇ ଦେବି ବୋଲି.......
ଅନେକତ ସ୍ଵପ୍ନ ଦେଖେ
କିନ୍ତୁ କେତେ ସଫଳ ହେବ ତାହା ଅନୁମାନ କରି ପାରେନା।
ମୋ ସ୍ୱପ୍ନର ବିଡମ୍ବନା ତୁମେ
ମରୀଚିକାର ବାସ୍ତବତା ତୁମେ।
ତୁମ ମନର ଆଇନା ଭିତରେ ମୁଁ ତୁମକୁ ଦେଖେ
ହେଲେ ଜାଣି ପାରେନା ଏହା ବାସ୍ତବ ନା
ଆଉ କିଛି।