STORYMIRROR

Kailash Chandra Behera

Romance

4  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
401

ରମଣିମଣି ପ୍ରାଣ ମିତଣି 

      ଛାଡ଼ି ରହିଲ ଦୂରେ ,

ଜୀବନବନ ହୁଏ ଦହନ 

      ଯିବ ଶମନ ପୁରେ ।


ସୁନ୍ଦର ରତି ପତି କୀରତି

      ମହିମା କହି ନୁହେଁ ,

ଗୋଲକ ଲୋକ କୋଳ ବିଲୋକ

          କରି ତା ମନେ ହୁଏ ।


ନିଧନ ଧନ ଥିଲେ ସଦନ 

          ପୁରଣ ଥିଲା ରହି,

ତରୁଣୀ ରୁଣୀ ହୋଇ ମୁଁ ଗୁଣି

           ହେଉଛି ଏଠି ରହି ।


ଲକ୍ଷ କ୍ଷଣ କ୍ଷଣ ତକ୍ଷଣ

          ଭାବଇ ମୋର ମନେ ,

ତ୍ରିଭଙ୍ଗୀ ଭଙ୍ଗୀ କରି ହେମାଙ୍ଗି 

         ଶୋଭା ଆଣ ଲପନେ ।


ନୂପୁର ପୁର ପୂର ପାଦର

         କରଇ ଗତି କରି ,

ନିର୍ଜନ ଜନ ଲାଗଇ ଶୂନ୍ୟ

           ତୁମ ବିରହେ ଝୁରି । 


 କୁମୁଦ ମୁଦ ହୁଅଇ ବୁଧ

         ଜନକ ନ ଦେଖିଲେ ,

ପରାଣ ରାଣ ତଥା ମୋ ରାଣ

         ହୁଏ ଯେ ନ ଦେଖିଲେ ।


ଯୌବନ ବନ ପୂର୍ଣ୍ଣ ଦର୍ଶନ 

         କରାଇ ମୋ ନୟନ ,

ମୋହର ହର ସ୍ମର ଦୁଷ୍କର

         ସୁଧା କରାଇ ପାନ ।


Rate this content
Log in

Similar oriya poem from Romance