STORYMIRROR

Ashok Kumar Pradhan

Romance

4  

Ashok Kumar Pradhan

Romance

ଗୃହ ବନ୍ଦୀ - 17

ଗୃହ ବନ୍ଦୀ - 17

1 min
115


ସପ୍ତରଙ୍ଗରେ ଗଢା ଇନ୍ଦ୍ରଧନୁ 

ପ୍ରକୃତିର ଶୋଭା ପାଇଁ, 

ତୁମ ଓଠର ଗାଢ ନାଲି ନେଇ

ସୂରୁଜ ଯାଇଛି ଉଇଁ ll


ତୁମ ଆଖିରୁ କଜଳ ନେଇ

 ତମସା ଉଠିଛି ଚେଇଁ, 

ଗହଳ କେଶର ଗାଢତା ଛୁଇଁ

 ସବୁଜ ବନାନୀ ଭୂଇଁ ll


ଚିବୁକ ଧାରର ହସଫାଙ୍କେ ତୁମ 

ମନ ମତାଣିଆ ମୁହଁ, 

ଚାରୁ ଚନ୍ଦ୍ରମାର ରୂପ ନିକୁଟେ 

ସଜ ଫୁଟା ପଦୁଅଁ ll


କ୍ଷୀଣ କଟି ଅଙ୍ଗଭଙ୍ଗୀ ଚାଲି ତୁମ 

ଦେହେ ମାରିଦିଏ ଝାଇଁ, 

ଉରୁସ୍ଥଳ ଶୋଭା ବର୍ଦ୍ଧନେ ଆଦୃତ

ପାରିବି କି ଟିକେ ଛୁଇଁ ? 


ରକ୍ତିମ ଅଧର ଦେଖି ମୁଁ ଆକୁଳ 

ଚୁମ୍ବନ ଦେବା ପାଇଁ, 

ଗୃହବନ୍ଦୀ ସରୁ ନିର୍ଜନତାରେ 

ନୀରବରେ ଯିବି ପାଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance