STORYMIRROR

Debabrata Barik Debunu

Romance

4  

Debabrata Barik Debunu

Romance

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
106

ଭାରି ମନେ ପଡେ

ଆଜି ତୁମ କଥା !

ରାତି ରାତି ବସି

କଥା ହୋଉଥିଲେ,

କେତେବେଳେ ଏଇ

ରାତି ସରି ଦିନ

ହେଇଯାଉଥିଲା, 

ତାହା କେବେ

ଜଣା ପଡୁନଥିଲା,

ତୁମେ ବହୁତ କଥା କହିଥିଲ, ପ୍ରତିଶ୍ରୁତି ବି ଦେଇଥିଲ,


ସାରାଜୀବନ ହାତ ଧରି

ବାଟ ଚାଲିବାର

ସ୍ବପ୍ନ ଦେଖେଇଥିଲ,

କେବେ ଅବିଶ୍ୱାସ କରିବାର

ମୌକା ଦେଉନଥିଲ ତମେ

ସବୁବେଳେ ଯାହା କହୁଥିଲି ଶୁଣୁଥିଲ,

ହେଲେ ହଠାତ ଏମିତି

କେମିତି ହେଲା ଯେ

ସବୁ ସରିଗଲା କାହିଁକି

ଆଉ କଣ ପାଇଁ,

ତୁମେ ମୋତେ

ଭଲ ପାଉନଥିଲ

ନା ପରିସ୍ଥିତି ତୁମକୁ

ମୋଠୁ ଅଲଗା କଲା

ଆଜିବି ତାର ଉତ୍ତର ପାଇନି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance