Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Romance

4  

Sahadev Behera

Romance

ଆଜି କି କରିଛି ପାପ

ଆଜି କି କରିଛି ପାପ

1 min
22.5K



ବାଲକୋନୀରେ ଏକା  ଠିଆ ମୁଁ ହୋଇଛି 

    ତମେ ବସି ଅଛ ଘରେ 

ବିତି ଯାଏ ଦିନ   ପାହିଯାଏ ରାତି 

    ତମ କଥା ଭାବି ଝୁରେ  ll 1

     

ବଢାଇଲେ ହାତ   ଛୁଇଁ ପାରେ ନାହିଁ 

    ତମ ସେ ଗୋଲାପି ଓଠ

ବଢଇ ଯନ୍ତ୍ରଣା   ହୃଦୟ ଭିତରେ 

     ମନ ହୁଏ ଛଟପଟ ll 2

     

ବିତି ଯାଉଥିଲା  ଖରା ବେଳ ରାତି 

    ତମ ସାଥେ କରି ଗପ 

ବଢ଼ି ଯାଏ ଖରା   ପାଏ ନାହିଁ ରାତି 

    ଆଜି କି କରିଛି ପାପ  ll 3

     

ବଦଳି ଗଲା ଏ   ଦୁନିଆ ନିୟମ 

   କହିବାକୁ ଲାଗେ ଡର 

ବିବାହ ବେଦିରେ   ବସିବାର ସ୍ବପ୍ନ 

    ହୋଇଗଲା ଚୂରମାର ll 4

    

ବିଛେଦର ଜ୍ବାଳା   ପାରୁନି ମୁଁ ସହି 

    କରୋନା ବାଧୁଛି ଦାଉ 

ବନ୍ଧା ଦେଇଥିଲି   ଜୀବନଟା ସିନା 

     ଦେହଟା କି ଲାଭ ଆଉ ll 5

      

ବାଲକୋନୀ ଦର୍ଜା   ଖୋଲି ଯେବେ ଦେଖ

     ଝୁଲୁଥିବ ମୋ ଶରୀର 

ବାସି ଶବ ଭାବି   ଛୁଇଁବନି ଦେହ 

     ଭୂତାଣୁ ଆକ୍ରାନ୍ତ ମୋର ll 6

     

ବଞ୍ଚିଥିଲେ ତମେ   ଆର ଜନମରେ 

    ଦେବି ମୁଁ ସିନ୍ଦୂର ଗାର 

ବେଦୀରେ ବସାଇ  ଫୁଲମାଳ ଦେଇ 

    ଘରଣୀ କରିବି ମୋର ll 7

  

    


Rate this content
Log in

Similar oriya poem from Romance