ଅବୁଝା ପ୍ରିୟା
ଅବୁଝା ପ୍ରିୟା
ମନ କିଛି ବୁଝେନା
ଜହ୍ନ କିଛି ବୁଝେନା
ଅବୁଝା ପ୍ରିୟା ମୋର କିଛି ବୁଝେନା
ଏ ଋତୁରେ ବୋଧେ
ସମସ୍ତେ ଅମାନିଆ ହୁଅନ୍ତି
ଫୁଲ ଖାଲି ମହ ମହ ବସେ
ଗଛ ପବନରେ ଦୋଳି ଖେଳେ
ମନ ଦିଗ ରାସ୍ତା କିଛି ନ ଭାବି
ଆଗକୁ ଆଗେଇ ଚାଲେ।
ସକାଳର ଖରା ନରମ ଲାଗେ।
ଦ୍ବିପହର ଗରମ ପବନ ବି ଥଣ୍ଡା ଲାଗେ।
ରାତି ଜହ୍ନ ଗୋଟେ ମିଠା ଛୁଆଁ ଦେଇଯାଏ।
କୃଷ୍ଣଚୂଡ଼ା ଗଛ ତଳେ
ଖାଲି ଫୁଲର ପାଖୁଡା
ଏ ସବୁ ନୂଆ ସମ୍ଭାବନାର କଥା କୁହେ
ଏବେ ଏବେ ପ୍ରକୃତି ହସିଲା
ପ୍ରିୟାର ଓଠ ସନ୍ଦିରୁ ବି ହସ ଖସିଲା
ଏ ୠତୁ ପ୍ରେମର ଋତୁ
ଏ ଋତୁ ମିଳନର ଋତୁ ବିରହର ନୁହେଁ।

