STORYMIRROR

Ashok Kumar Pradhan

Romance

4  

Ashok Kumar Pradhan

Romance

ଗୃହ ବନ୍ଦୀ - 9

ଗୃହ ବନ୍ଦୀ - 9

1 min
24K


ସ୍ପଷ୍ଟ ଦିବାଲୋକରେ 

କାହା ହାତ ସ୍ପର୍ଶରେ 

ନିଦ୍ରା ଭାଜି ଯାଏ 

ତତଲା ନିଃଶ୍ବାସର 

ପ୍ରଖର ଉଷ୍ଣତା ଆଉ 

ମୁକୁଳା ଶରୀରର 

ବିବଶତାରେ ll


ଦୂରକୁ ଦୂରକୁ ସ୍ବପ୍ନ ସବୁ 

ଭାସିଯାଏ

ମହାକାଶର ଅଜଣା ମୁଲକକୁ

ନୂତନ ପ୍ରଜାତିର ସନ୍ଧାନ

ଅବଶୋଷରେ ll


ରକ୍ଷଣଶୀଳ ସମାଜର 

ନିୟତି ଆଇନ୍ କାନୁନ୍ 

ସବୁ ଜଳାଞ୍ଜଳୀ ଦେଲାପରେ

ଲଜ୍ଜାହୀନ ପ୍ରାୟେ

ଦୋଷ ସ୍ବୀକାରର

ଆତ୍ମଗ୍ଲାନିରେ ll


ଚାତକ ପକ୍ଷୀର ଅହରହ 

ଆଶା ଭଳି 

ଆକାଶର ପତିତ ଜଳକୁ 

ପାନ କରିବାର ଆକାଂକ୍ଷାରେ 

ପ୍ରୟାସରତ ବାରମ୍ଵାରେ ll


ଗୃହବନ୍ଦୀ ଜୀବନଟା 

ବଡ ଅସହଜ 

ତୁମ ବିନା 

ଏ ଜ୍ୱାଳା ଯନ୍ତ୍ରଣା 

ପ୍ରଶମିତ କେବେ ହେବ 

ସେଇ ପ୍ରତୀକ୍ଷାର ଅନ୍ତକୁ 

ଚାହିଁ.. 

ନବମ ଦିବସରେ ଉପନୀତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance