STORYMIRROR

Rashmi Ranjan Sahoo

Romance

4  

Rashmi Ranjan Sahoo

Romance

ବସନ୍ତ

ବସନ୍ତ

1 min
421


ବସନ୍ତ ଋତୁଟେ ନା ଅନୁଭବଟେ

ସିଏ ଚାଲିଗଲେ ବାସ୍ନା ଉଠେ ବଉଳର

ସିଏ ଗାଧୋଇଲେ ଅବିର ବୋଳିହୋଇ

ରଂଗିନ ହେଇଯାଏ ମନ ଭିତରଟା।


ବସନ୍ତ ଋତୁଟେ ନା ସୁଯୋଗଟେ

ଯିଏ ଆସିଲେ ହାତରେ ଫଗୁ ଭରିଯାଏ

ଇଚ୍ଛା ହୁଏ ଦୁଷ୍ଟାମୀ କରିବାକୁ ସାଥୀ ସାଥେ

ତା' ଦେହରେ ବୋଳିଦେବାକୁ ପ୍ରୀତି ରଂଗ

ଏଇ ଦେଖ ନା

ତୁମ ଓଠ ଭଳି ଫିକା ଗୋଲାପୀ ରଂଗର ଦେହ ମୋର।


ବସନ୍ତ ଋତୁଟେ ନା ଦୁଃସାହସୀ ଯୁବକଟେ

ଯିଏ ଛୁଇଁ ପାରିଛି ମୋ ଆଗରୁ

ତା' ଲମ୍ବା ଓଢ଼ଣୀକୁ

ତା' କେଶକୁ ମନକୁ ।


ବସନ୍ତ,ଋତୁଟେ ନା ପୁଣି ପୁରୁଷଟେ

ଯାହାର ଆଗମନରେ ସଜେଇ ହୁଅନ୍ତି ପାଦପ ମାନେ

ସିଏ ଗଭାରେ ଫୁଲ ଖୋସେ

ମାତୃତ୍ୱର ଆନନ୍ଦ ଭରିଦିଏ ସେମାନଙ୍କ ଠି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance