STORYMIRROR

Rashmi Ranjan Sahoo

Abstract

2  

Rashmi Ranjan Sahoo

Abstract

ବାରମ୍ବାର ହାରିଗଲା ପରେ..

ବାରମ୍ବାର ହାରିଗଲା ପରେ..

1 min
83

ବାରମ୍ୱାର ହାରିଗଲା ପରେ

            ରଶ୍ମି ରଞ୍ଜନ ସାହୁ 

ବାରମ୍ୱାର ହାରିଗଲା ପରେ

ଫିକା ପଡ଼ିଯାଏ ଆଖିର ଯୌବନ

ଓହ୍ଲେଇଯାଏ ଓଠରୁ

ଏ କୋଣରୁ ସେ କୋଣକୁ ପ୍ରସାରିତ

ଗାରଟିଏ ଭଳି ହସ


ବାରମ୍ୱାର ହାରିଗଲା ପରେ

ଉଦାସ ଉଦାସ ଲାଗେ,

କୁହୁଡ଼ିଆ ଦେଖାଯାଏ

ଭୋଗିବାକୁଥିବା ବାକିତକ ଆୟୁଷ


ବାରମ୍ୱାର ହାରିଗଲା ପରେ

ଇଚ୍ଛାହୁଏନି ଶୁଣିବାକୁ 

ନିଜ ଛାତିର ଧକ୍‌ ଧକ୍‌ ବଢ଼ୁଛି ନା କମୁଛି 

ଲାଗେ ସେମାନେ ଯେମିତି 

ମୋତେ ଭଣ୍ଡେଇ ଦେଇଛନ୍ତି 

ବଢ଼େଇଦେଇ ମୋ ହାତରେ 

ଆୟୁଷ ନଥିବା ଗୋଟେ 'ଖୁସି'


ବାରମ୍ବାର ହାରିଗଲା ପରେ

କିଛି ବି ଇଚ୍ଛା ହୁଏନି

କିଛି ବି ନୁହେଁ

ହେଲେ ତଥାପି ଆଖି କୋଣରୁ 

ଜକେଇ ଆସେ ଟୋପେ ଲୁହ

ଆଃ....! ଜାଣିହୁଏନି

ବାରମ୍ୱାର ହାରିବାରେ

ଜୀବନ ଘଷରା ହୁଏ ନା ପୁଣି ଅନୁଭବୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract