STORYMIRROR

Rashmi Ranjan Sahoo

Others

3  

Rashmi Ranjan Sahoo

Others

ପିଲା ଚୋର

ପିଲା ଚୋର

1 min
13.2K


କାଲି ରାତିରୁ ହ୍ୱାଟ୍ସଆପ୍‌ରେ-

ସେଇ କଥା,ସେଇ ସୂଚନା

ଗୋଟେ ବିପଦ ଆଡ଼କୁ ଇଙ୍ଗିତ କରି

" ସାବଧାନ୍‌ ପିଲା ଚୋର...."

ଏବେ ଦୁନିଆଟା ବିପଦ ସଙ୍କୁଳ ଲାଗୁଥିଲା

ମଙ୍ଗଳବାରେ ଭିକ ମାଗି ଆସୁଥିବା ଭିକାରୀଗୁଡ଼ା

ପ୍ରସିଦ୍ଧ ଗାଁ ମନ୍ଦିରକୁ ଚାଲିଯାଉଥିବା

ଆଖପାଖ ରାଜ୍ୟର ଲୋକ

ପରିବା ବାଲାଠୁ ଯୋଗୀ ଯାଏଁ

ସମସ୍ତେ ପିଲା ଚୋର ଲାଗୁଥିଲେ

ମୋ ସନ୍ଦେହୀ ଆଖିରେ ।

ଗାଁ ଭିତରୁ ହୋ ଉଠିଲା " ହେ ପିଲା ଚୋର...

ଧାଇଁ ଗଲି ତ ଦେଖିଲି

ଚାରିଟା ଆଖିରୁ ଝରୁଥିଲା ଲୁହର ଝରଣା

କୋହର ହାବୁକା ମରାରେ

ଉଠ୍‌ ପଡ଼୍‌ ହେଉଥିଲା ଛାତି

ଗାଁ କୋଠଘର ପାଖ ଗୁଆ ଗଛରେ

ବନ୍ଧା ହୋଇଥିଲା ଦୁଇଟି ଅଚିହ୍ନା ଶରୀର -

ତା' ଭିତରର ମିଛ ସତ,ଆତ୍ମା ସବୁକିଛି ।

କେହି ଆଉ ସତ୍ୟ ଜାଣିବା ଅବସ୍ଥାରେ ନଥିଲେ

କାରଣ ସମସ୍ତେ ସେଠି ଭାବୁଥିଲେ

ନିଜକୁ ନନ୍ଦ,ଯଶୋଦା

ପିଲାମାନଙ୍କୁ କୃଷ୍ଣ

ଆଉ ସେଇମାନଙ୍କୁ, ଯେଉଁମାନେ ଅଚିହ୍ନା.....

ସେମାନେ କଂସ ଦ୍ବାରା ପ୍ରେରିତ

ପୁତନା,ବକା ସୁର,ଆଉ ପିଲା ଚୋର....।

ରଶ୍ମି ରଞ୍ଜନ ସାହୁ

କଳିଙ୍ଗ ବିହାର,ସାକ୍ଷୀଗୋପାଳ

ପୁରୀ -୭୫୨୦୧୪

ମୋ -୮୨୪୯୯୧୦୧୩୮


Rate this content
Log in