STORYMIRROR

Rashmi Ranjan Sahoo

Abstract

3  

Rashmi Ranjan Sahoo

Abstract

ଇଚ୍ଛା

ଇଚ୍ଛା

1 min
288


ଏ ଇଚ୍ଛାମାନେ କେମିତି କେଜାଣି

ଅବୋଧ ଶିଶୁଟି ପରି.....

ଯେତିକି ଆନନ୍ଦ ଦିଅନ୍ତି

ତା'ଠୁ ବେଶି ଦହଗଞ୍ଜ କରନ୍ତି।


ଏ ଇଚ୍ଛାମାନେ ପାଣି ଫୋଟକା ପରି

କେବେ କେମିତି ଫୁଟି ଉଠନ୍ତି

ଅଳ୍ପ ସମୟର ଆୟୁଷରେ

ବହୁତ କିଛି କରିବାର ଉଦ୍ଦେଶ୍ଯ ନେଇ

ଘାଣ୍ଟି ଚକଟି ପକାନ୍ତି ବହୁତ କିଛି କୁ...।


ଏ ଇଚ୍ଛାମାନେ ସବୁବେଳେ ଏଇମିତି

ଅବୋଧ,ଅଝଟ......

ସେମାନେ ନଥିଲେ

ବସ୍ତୁ ଆଉ ପ୍ରାଣୀରେ ଫରକ୍‌ ନଥାନ୍ତା

ମଣିଷ ଜାଣି ନଥାନ୍ତା ସଂସାର ଆବୋରିବାର କଳା।


Rate this content
Log in

Similar oriya poem from Abstract