STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ଭଅଁର ପାଗଳ

ଭଅଁର ପାଗଳ

1 min
438


ଆଜି ପବନ ଟା ଲାଗେ ମତୁଆଲା 

କିବା ଫଗୁଣ ବେହୋସ ହୋଇଯିବ

କୁହନା ଗୋ କାନେ ତୁନି ତୁନି କଥା

ଭଅଁରଟା ବି ପାଗଳ ହୋଇ ଯିବ।


କଅଁଳା କଅଁଳା ନରମ ଓଠ ଟା

ଯେବେ ଛୁଉଁଛି ଶ୍ରବଣ ପେଟୀକାକୁ

ବାଉଳା ବାଉଳା ବାଆ ପଶି ଯାଇ

ଧୀରେ ଥରେଇ ଦେଉଛି ଛାତିଟାକୁ

ପ୍ରୀତି ପ୍ରବାହ ପ୍ରାବଲ୍ୟ ଆବେଗ ର

ଗତି ପ୍ରବାହ କି ଅବା ଥମି ଯିବ।।

ଆଜି ପବନ ଟା ବଡ଼ ମତୁଆଲା...


ତୁମ ନରମ ନରମ ପାପୁଲିର ଛୁଆଁ 

କେତେ ଗରମ ଗରମ ଜାଣିଛ କି!

ଟିକେ ଛୁଇଁ ଦିଅ ଯେବେ ଜାଣି ଜାଣି

ଶତ ଝଙ୍କାର ତୋଳେ ଶୁଣିଛ କି!!

ଚେଇଁ ଉଠେ ଶୁପ୍ତ ଆଶା ବେଶୁମାର

ମାର ତୀର କି ଘାଇଲା କରିଯିବ।।

ଆଜି ପବନ ଟା ବଡ଼ ମତୁଆଲା...


ଶୁପ୍ତ କାମନା କୁ କରି ଛଟପଟ

ମିଛ ମିଛିକା ଆକଟ କର ଯେବେ

ସ୍ବୀକୃତିର ସ୍ୱରେ ଅସ୍ୱୀକୃତି ମୁଦ୍ରା

"ହଁ" ଲୁଚେଇ "ନା" ର ତଳେ କେବେ

ଫୁଲ ଜାଣିଛି ଫୁଲେଇ ହେଲେ ଟିକେ

ସବୁ ଭଅଁର କୁ ଜଣା ପଡିଯିବ।।

ଆଜି ପବନ ଟା ବଡ଼ ମତୁଆଲା.....


ଶୋଇ ଯାଅନା ମୋ ନିଦକୁ ଚୁରେଇ

ତୁମେ ବାହାନା କରୁଛ ଜାଣିଛି।

ମୋ ଛାତିର ନିଆଁ ତୁମ ଛାତି ତଳେ

ମିଛ ପାଉଁଶ ଘୋଡେ଼ଇ ଶୋଇଛି।

ଫୁଙ୍କି ଦେଲେ ଟିକେ ଲାଜୁଆ ପାଉଁଶ

ଯେବେ ଉଡ଼ି ଯିବ ନିଆଁ ଦହକିବ।

ପ୍ରୀତି ଛନ୍ଦେ ଗନ୍ଧେ ମନ୍ଦେ ମହକିବ।।

ଆଜି ପବନ ଟା ଲାଗେ ମତୁଆଲା.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance