STORYMIRROR

Prasanta Kumar Behera

Romance

4  

Prasanta Kumar Behera

Romance

ତମେ କେଉଁଠି

ତମେ କେଉଁଠି

1 min
369


ଏଇ ! 

କୁହନା ?

ଏଇ କରୋନାର ଅତଙ୍କରେ

ତମେ କେଉଁଠି ?


କୃଷ୍ଣଚୂଡ଼ାର ଲାଲ୍ ଟକଟକ୍ 

ସେଇ ଫୁଲରେ

ନା

ଆମ୍ୱ ବଉଳର ଗହଳିରେ ?

ସତରେ ତମେ କେଉଁଠି ଏବେ ?


ତମେ ତ ଜାଣ

ଏବେ ସବୁଆଡେ କର୍ଫ୍ଯୁ 

ଖାସ୍ ସେଇଥିପାଇଁ  

ତମକୁ ଖୋଜି ପାରୁନି

ରାଜରାସ୍ତାରେ

ସମୁଦ୍ରର ବେଳାଭୂମିରେ

ଆଉ ମଲରେ

କିମ୍ୱା ଆମେ ଏକାଠି

ଘଣ୍ଟାଘଣ୍ଟା ବସୁଥୁବା 

ସେଇ ପାର୍କରେ 


ଆରେ କୁହନା କେଉଁଠି ତମେ ?


ତମ ପ୍ରାସାଦର ବାଲକୋନିରେ

ନା

ରତ୍ନପଲଙ୍କରେ 

ଅବା

ସିଂହାସନମାର୍କା ଚୌକିରେ ?


କଣ କରୁଛ ତମେ ?

ଫେସବୁକରେ ମଗ୍ନ

ନା

ହ୍ୱାର୍ଟ୍ସଆପରେ ବ୍ୟସ୍ତ ? 


ହଉ ଶୁଣ !

ତମେ ଯେଉଁଠି ଥାଅ

ଯାହା କରୁଥାଅ

କିନ୍ତୁ ଭଲରେ ଥାଅ 

ଆଉ ଜାଣ

ମୁଁ ତମକୁ 

ଏଇଠି ଥାଇ

କ୍ଷଣେ ବି ଭୁଲିନି 

ଆଗକୁ ବି ଭୁଲିପାରିବିନି l



Rate this content
Log in

Similar oriya poem from Romance