STORYMIRROR

Sambit Srikumar

Romance Inspirational

4  

Sambit Srikumar

Romance Inspirational

ସ୍ମୃତି

ସ୍ମୃତି

1 min
300

ତୁମେ ଫିଙ୍ଗିଥିବା ପଥରକୁ ନେଇ

                     ତୋଳିଛି କେତେ ମୁଁ ନଅର

ବଞ୍ଚିବାର କଳା ଶିଖିଛି ବୋଲି ତ

                   ଆଜି ବଞ୍ଚିଛି ପିଇକି ଜହର!!

ସାଗର ବେଳାରେ ଗଢିଥିଲେ

                     ଦୁହେଁ ସପନର ବାଲିଘର

ନିଜ ହାତେ ତୁମେ ଭାଙ୍ଗିଦେଇ

                ତାକୁ ମୋତେ କରିଦେଲ ପର!!

ମୋତେ ପର କରିବାରେ

                        ଦୁଃଖ ନାହିଁ ତିଳେ ମୋର

ତୁମ ଚଲାପଥେ ଫୁଟିଉଠୁ ପଦ୍ମ

                       ଭାଳୁଥାଏ ମୁହିଁ ନିରନ୍ତର!!

ଅତୀତର କଥା ଯେ ତୁମର

                    ହେବଣି ପାଶୋର ଏବେ

ତୁମ ସ୍ମୃତି ସବୁ ଆଜିବି

                 ସାଇତା ହୋଇଛି ମୋ ହୃଦେ!!

ହୃଦୟ ମୋହର ତୁମ ସ୍ମୃତିରାଜିର

                      ଅଲୋଡ଼ା ଗୋଦାମ ଘର

ତୁମ ଆଗୋଚରେ ଝରାଉଥାଏ

                    ସେ ଅବିଶ୍ରାନ୍ତ ଲୁହଧାର!!

ଯଦି ଥରେ କେବେ ଚାହିଁବ

                 ପଛକୁ ସମୟର ଚକାପଥେ

ନିଶ୍ଚୟ ଦେଖିବ ତୁମ ପ୍ରତିବିମ୍ବ

         ଅଙ୍କିତ ମୋ ସାମ୍ରାଜ୍ଯର ଚଉଦିଗେ!!

ଦିନ ବିତିଯାଏ ସ୍ମୃତି ହଜିଯାଏ

                 ଏଇତ ବେଭାର ଦୁନିଆର

ମାତ୍ର ତୁମ ସ୍ମୃତରାଜି ଚିର ଅମର

           ମୁହିଁ ଯେ ତୁମ ପ୍ରେମିକ ପ୍ରବର!!              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance