କମନୀୟ କାନ୍ତି
କମନୀୟ କାନ୍ତି
କମନୀୟ କାନ୍ତିକୁ ଲୋଭନୀୟ ହସ
.ଆଖିରେ ଆଖିଏ ଲାଜ
ଲାସ୍ୟମୟ ମୁଁହକୁ ତନ୍ଦ୍ରାମୟ ଠାଣୀ
ଅଙ୍ଗରେ ମାଧୁର୍ଯ୍ୟ ସାଜ ।
ଋତୁମୟ ରଙ୍ଗକୁ ପ୍ରୀତିମୟ ଉମଙ୍ଗ
ମନ ତରଙ୍ଗରେ ବୁଣେ
ପୁଷ୍ପମୟ ତନୁକୁ ରତିମୟ ମନ
ସାଥୀ ଖୋଜେ ହୃଦକୋଣେ ।
ପ୍ରେମମୟ ବାଣୀକୁ ମୋହମୟ ଚାହାଁଣୀ
ବିଦୀର୍ଣ୍ଣ କରାଏ ଯୌବନ
ଆଶାମୟ କଳ୍ପନାକୁ ସୁଖମୟ ବାସନା
ମୁରୁକି ହସାଏ ପ୍ରୀୟଜନ ।
ଶାନ୍ତିମୟ ବାସକୁ ସୁଧାମୟ ଲାସ୍ୟ
ଚିବୁକେ ମୁକୁତା ଛଟା
ମଧୁମୟ ସଂଜକୁ କୀର୍ତ୍ତିମୟ କୁଞ୍ଜ
ସିହରିତ ବଲ୍ଲରୀ ଲଟା ।
ଗୀତମୟ ଛନ୍ଦକୁ କୁହୁମୟ ଦ୍ଵନ୍ଦ
ମୁଖରେ ଶୁଭ୍ରତା ଆଙ୍କେ
ବାକ୍ୟମୟ ଓଠକୁ ତପ୍ତମୟ ତୁଠ
ମଳୟ ପ୍ରଳୟ ବାଙ୍କେ ।
ବାଣୀମୟ ରସକୁ ଅମୃତମୟ ଆଶ
କୋକିଳ କଣ୍ଠି ମାଧୁରୀ
ସ୍ପର୍ଶମୟୀ କହିକୁ ପ୍ରଣୟମୟୀ ଦେହୀ
ଦେହ ଦେଉଳୀ ମଞ୍ଜରୀ ।
କାମମୟ ବାସନାକୁ ନୀଳମୟ ଜୋଛନା
ସପ୍ତବର୍ଣ୍ଣୀ ଫର ଫର
ସଂଭୋଗମୟ ଚିନ୍ତନକୁ କନ୍ଦର୍ପମୟ ମନନ
ମେଞ୍ଚା ମେଞ୍ଚା ସ୍ୱପ୍ନହାର ।
ମାଧୁର୍ଯ୍ୟମୟ କାନ୍ତିକୁ ଜାଜ୍ୱଲ୍ୟମୟ ପ୍ରଶାନ୍ତି
ବୟସୀ କଂପନ ଦିଶେ
ଗାତ୍ରମୟ ମାୟାକୁ ପ୍ରତୀକ୍ଷାମୟ ଛାୟା
କାମନା ସରଣୀ ମିଶେ ।
ମାଂସମୟ ଶରୀରକୁ ବାସନାମୟ ସଂସାର
ପ୍ରତୀକ୍ଷା ପରୀକ୍ଷା ସରୁ
ଯୁଗ୍ମମୟ ରାସ୍ତାକୁ ତମମୟ ରାତ୍ରୀ
ନିଃଶ୍ୱାସ ପ୍ରଶ୍ଵାସ ମରୁ ।

